ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କାର୍ମେଲ ରୋଡ୍ ସ୍ଥିତ ରାଇଜିଂ ଷ୍ଟାର ଭଲିବଲ୍ ଆଶୋଶିଏସନ୍ ପକ୍ଷରୁ ଆସନ୍ତା ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ତାରା ପଣ୍ଡା ମେମୋରିଆଲ ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିଲାଗି ଆଜି ରାଇଜିଂ ଷ୍ଟାର ଭଲିବଲ୍ ଆଶୋଶିଏସନ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ଖୋର୍ଦ୍ଧା ଅଂଚଳର ବହୁ ଟିମ୍ ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ଆଲୋଚନା ହୋଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ କିପରି ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯିବ ସେଥି ନିମନ୍ତେ କମିଟିର ସମସ୍ତ ସଦସ୍ୟ ମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ରାଇଜିଂ ଷ୍ଟାର ଭଲିବଲ ଆଶୋସିଏସନ୍ ର ଏହି ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ସରୋଜ କୁମାର ବେହେରା, ଆଇନ ପରାମର୍ଶ ଦାତା ହାଇକୋର୍ଟର ଓକିଲ ପଦ୍ମ ଚରଣ ସାହୁ, ଉପଦେଷ୍ଠା ପ୍ରକାଶ ଚନ୍ଦ୍ର ସେଠୀ ଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ବିପ୍ରଚରଣ ସାହୁ ଏବଂ ରଘୁନାଥ ସାହୁଙ୍କ ସମେତ ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ ।