ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୋଡାମାରିର ଆତ୍ମନିର୍ଭରଶୀଳ ମହିଳା
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗାଁ, ଆତ୍ମ ନିର୍ଭରଶୀଳ ହେବାରେ ଏହି ଗାଁ ର ଗୋଟିଏ ପାଦ ଆଗରେ । କାରଣ ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତିର ପରାକାଷ୍ଠାର ଛାପ ପଡିଛି ଏହି ଗାଁରେ । ଦିନ ଥିଲା ମହିଳା ମାନେ ଘରର ଚାରିକାନ୍ଥ ମଧ୍ୟରେ ରହୁଥିଲେ । ଘରୁ ବାହାରକୁ ଯାଇ ନିଜେ ରୋଜଗାର କରିବା ଅସମ୍ଭବ ହେଉଥିଲା । ଏବେ ସମୟ ବଦଳିଛି ମହିଳା ନିଜେ କିଛି ରୋଜଗାର କରିପାରୁଛନ୍ତି । ସାନଖେମୁଣ୍ଡି ବ୍ଲକରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ଯୋଗାଇବା ପାଇଁ ତେତିସି ଜଣ ଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ମାନଙ୍କୁ ନେଇ ଟେଇଲର ୟୁନିଟ କରାଯାଇଛି । ଡ୍ରେସ୍ ସିଲାଇ କରି ଜଣେ ଜଣେ ମହିଳା ଦୁଇ ମାସରେ ଷୋହଳ ହଜାର ଟଙ୍କା ରୋଜଗାର କରିପାରିଛନ୍ତି । ପୁଣି ସେମାନଙ୍କୁ ଏବେ ମିଳିଛି ପୋଡାମାରି ପଞ୍ଚାୟତ ରେ ଥିବା ବିଦ୍ୟାଳୟ ର ପୋଷାକ ସିଲାଇବା ଦାୟିତ୍ୱ । ଏହି ସବୁ ସମ୍ଭବ ହୋଇଛି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତ ତ୍ରୟ ଭାଉ ସାହେବ, ସାନଖେମୁଣ୍ଡି ବ୍ଲକ ବିଡିଓ ଗାୟତ୍ରୀ ଦତ୍ତ ନାୟକ ଓ ପଞ୍ଚାୟତ ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀ ସେଠିକାର ଅଙ୍ଗନବାଡି କର୍ମୀ , ଙ୍କ ସହଯୋଗରେ ସମ୍ଭବ ହୋଇଥିବା କହିଛନ୍ତି ସାମାଜିକ କର୍ମୀ ଟିକି ବିଷୋୟୀ ଏବଂ ଜୟ ବିଜରଙ୍ଗୀ ମହିଳା ଗ୍ରୁପ ର ସଭାପତି ମଧୁମିତା ପ୍ରଧାନ ସମ୍ପଦକ ସରିତା କୁମାରୀ ପ୍ରଧାନତେବେ ଯେଉଁ ମହିଳା ମାନେ ସିଲାଇ କରିବା ଶିଖିନ’ଥୀଲେ ସେମାନେ ମଧ୍ୟ ଶିଖି ଏହି କାର୍ଯ୍ୟ ରେ ସାମିଲ୍ ହୋଇଛନ୍ତି । କେବଳ ମହିଳା ନୁହଁନ୍ତି କିଛି ଶିକ୍ଷିତ ଯୁବତୀ ମଧ୍ୟ ସାମିଲ୍ ହୋଇଛନ୍ତି । ଏହା ସହ ପୋଡାମାରି ଚୈତନ୍ୟ ବିଦ୍ୟାପୀଠ ରେ ଦଶ ଜଣ ମହିଳା ରୋଷେଇ କାର୍ଯ୍ୟ ରେ ବିନିଯୋଗ ହୋଇଥିବା ବେଳେ ଦଶ ଜଣ ମହିଳା ଝାଡୁ ତିଆରି କରି ଗଂଜାମ ଜିଲ୍ଲା ର ତିନି ଗୋଟି ଏନ୍ .ଏ. ସି .କୁ ଯୋଗାଇ କିଛି ଅର୍ଥ ରୋଜଗାର କରିପାରିଛନ୍ତି୍ । ଏହା ମଧ୍ୟ ସମ୍ଭବ ହୋଇଛି ଜିଲ୍ଲା ପ୍ରଶାସନର ସହାୟତା ରେ ବୋଲି ଶ୍ରୀ ଜଗନ୍ନାଥ ମହିଳା ଗ୍ରୁପ,ସଭାପତି ସଂଗୀତା ଦାସ,ସମ୍ପାଦକ ଭାଗ୍ୟଲତା ଦାସ ମତପ୍ରକାଶ କରିଛନ୍ତି। ଏହି ମହିଳା ମାନଙ୍କ ଆତ୍ମ ନିର୍ଭରଶୀଳ ପଛରେ ରହିଛି ସେମାନଙ୍କ ଆଗ୍ରହ ଓ ନିଷ୍ଠା । ଘର କାମ କରିବା ସହ ସମୟର ସଦୁପୟୋଗ କରିପାରୁଥିବା ଏହି ମହିଳା ଙ୍କ ଲକ୍ଷ୍ୟ ରହିଛି ଆଗକୁ ବଢିବା ଓ ବଢାଇବା ।


