ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଶାଶ୍ୱତୀ ଅନୁଷ୍ଠାନ ପୁରସ୍କୃତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ଉତ୍ତରପ୍ରଦେଶସ୍ଥିତ ଆଗ୍ରାଠାରେ ନଟ୍ରାଞ୍ଜଳୀ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଭାଗ୍ୟଲକ୍ଷ୍ମୀ ମହାରଣାଙ୍କ ଦ୍ୱାରା ରଚିତ ନାଟକ “ବସାଘର ” ଉଚ୍ଚକୋଟୀର ପ୍ରଦର୍ଶିତ ହୋଇଛି । ଉକ୍ତ ନାଟକକୁ ରାମଦାସ ସାସମଲ ନିର୍ଦ୍ଦେଶନା ଦେଇଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଅରୁଣ କୁମର ସାହୁ ଓ ବାବୁଲା ଦାସ । ଉକ୍ତ ନାଟକରେ ଆରତୀ ସାମଲ, ଭାଗ୍ୟଲକ୍ଷ୍ମୀ ମହାରଣା, ଭବାନୀ ବେହେରା, ଯଶୋଦା ବେହେରା , ସୁରେନ୍ଦ୍ର କୁ୍ମାର ସ୍ୱାଇଁ , ରବିନ୍ଦ୍ର ସାମଲ ପ୍ରମୁଖ ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ । ଉପସ୍ଥିତ ବହୁ ସଂଖ୍ୟକ ଦର୍ଶଙ୍କ ଓ ନିଣ୍ଣାୟକ ମଣ୍ଡଳୀର ନିର୍ଣ୍ଣୟ ଦ୍ୱାରା ଏହି ନାଟକଟି ବିଭାଗରେ ପୁରସ୍କୃତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ