ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ଅବସରେ ଆଚ୍ଛା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିଦିନ ରକ୍ତ ଭଣ୍ଡାରରେ ରକ୍ତ ଅବଶ୍ୟକ କରୁଥିବା ରୋଗୀ ମାନଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି । ବହୁଳ ମାତ୍ରାରେ ରକ୍ତର ଆବଶ୍ୟକ କରୁଥିବା ରୋଗୀ ମାନେ ହେଉଛନ୍ତି ଥାଲାସେମିଆ ରୋଗୀ ମାନେ । ଆଚ୍ଛା ସଙ୍ଗଠନ ପ୍ରଥମରୁ ଥାଲାସେମିଆ ରୋଗୀ ମାନଙ୍କ ସୁସ୍ଥତା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଆନ୍ଦୋଳନ କରିଆସିଅଛି । ଏଣୁ ଆଜି ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ଅବସରେ ଆଚ୍ଛା ସଙ୍ଗଠନ ପକ୍ଷରୁ ରେମୁଣା ବ୍ଲକ ଅଧିନସ୍ଥ ମହାରାଜପୁର ପଞ୍ଚାୟତ ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିରକୁ ମହାରାଜପୁର ପଞ୍ଚାୟତର ସରପଞ୍ଚ ଶରତ ଚନ୍ଦ୍ର ପାଣି ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ । ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ମହେଶ କୁମାର ବିଶ୍ୱାଳ, ଦେବାଶିଷ ଦତ୍ତ, ବିଜାୟ ପଟ୍ଟନାୟାକ, କ୍ଷୀରୋଦ ବେହେରା ଓ ହରିଶ୍ ଚନ୍ଦ୍ର ମହାପାତ୍ର ପ୍ରବୃତ୍ତି ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରାଜେନ୍ଦ୍ର ପାତ୍ର, ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ, ମଳୟ କୁମାର ବେହେରା, ଅଶ୍ୱିନୀ ବେହେରା, ପ୍ରଦୀପ କୁମାର ନାୟକ, ଶଙ୍କର କୁମାର ପଣ୍ଡା, ବିକାଶ ପଳେଇ, ତାପସୀ ଦାଶ, ଭା୍ନୁପ୍ରିୟା ସେଠି, ଜଳଧର ଜେନା, ତପନ ପାଣିଗ୍ରାହୀ, ଘନଶ୍ୟାମ ମଲ୍ଲିକ ବବିତା ଶିଅଳ, ଗୀତାଞ୍ଜଳୀ ନାୟକ ପ୍ରଭୃତି ଉପସ୍ଥିତ ରହି ମୋଟ୍ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ