ଆନ୍ଧ୍ରାର ଜେମ୍ସ ମେଡିକାଲ ରେ ରୋଗୀ ଠକାମୀ ର ଶିକାର

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ହେଉଛି ଆନ୍ଧ୍ର ଓଡିଶା ର ସୀମାନ୍ତ ଅଂଚଳ ଏଠାରେ ଜନତା ଆନ୍ଧ୍ରପ୍ରଦେଶର ହସ୍ପିଟାଲ ଚିକିତ୍ସା ନିମନ୍ତେ ଯାଇଥାନ୍ତି l ତେଣୁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୂକ୍ତ କରାଯାଇଛି l ଏଇ ହସ୍ପିଟାଲରେ ପାରଳାଖେମୁଣ୍ଡି ଓ କାଶୀନଗର ଅଞ୍ଚଳ ର ରୋଗୀ ମାନେ ଚିକିତ୍ସା ହେଉଥିବା ଉପଲବ୍ଧ ହୋଇଥିବା ଜାଣି ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଙ୍କ ପ୍ରସ୍ତାବ କ୍ରମେ ଉକ୍ତ ମେଡିକାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଅନ୍ତରର୍ଭୂକ୍ତ କରିଥିଲେ କିନ୍ତୁ ଏହି ହସ୍ପିଟାଲ କତୃପକ୍ଷ ଯୋଜନାକୁ ଉପକ୍ଷେତ କରି ରୋଗୀଙ୍କୁ ଠାରୁ ପରୀକ୍ଷା ଚିକିତ୍ସା ନିମନ୍ତେ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେଉଛି l ସୂଚନା ଯୋଗ୍ୟ ଯେ ଗତ 8ତାରିଖ ଦିନ ସ୍ଥାନୀୟ ଭେଣକେଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଚିକିତ୍ସା ପରେ ପ୍ରତିଶୃତି ଦେଇଥିଲେ ଯେ ଜେମ୍ସ ମେଡିକାଲରେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଗୁଲୁ ହସ୍ପିଟାଲ କୁ ନେଇ ମାଗଣାରେ ଚିକିତ୍ସା କରିବ କିନ୍ତୁ ବସ ଯୋଗେ ଏଠାରେ ରୋଗୀମାନଙ୍କୁ ନେଇ ହସ୍ପିଟାଲ ରେ ପହଁଚିଥିଲେ କିନ୍ତୁ ରୋଗୀମାନେ ସେଇଠାରେ ଅର୍ଥ ଦେଇ ନହିଁନହାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି l ଏହି ରୋଗୀମାନଙ୍କ ର ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇକିବି ଏହି ମାନଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହେଇଛିl ରୋଗୀମାନଙ୍କୁ ଉପଯୋକ୍ତ ବେବହାର କରିନଥିବା ରୋଗୀମାନେ ପ୍ରକାଶ କରିଛନ୍ତିl ଏହି ଦିଗରେ ଓଡିଶା ସରକାର ସ୍ୱାସ୍ଥ୍ୟ ବିଭାଗ ସାଂସଦ ଓ ଜିଲ୍ଲାପାଳ ସ୍ୱତନ୍ତ୍ର ଦୁଷ୍ଟି ଦେବାକୁ ଦାବି କରିଛନ୍ତି l ଏ ନେଇ ଜିଲ୍ଲାପରିଷଦ ଅଧକ୍ଷ G. ତିରୁପତି ରାଓ ସୂଚନା ଦେଇଥିଲେ ଯେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ସେମାନେ ଚାର୍ଜ ନେଇପାରିବେ ବୋଲି କାଶୀନଗର ମାଗଣା ସ୍ୱାସ୍ଥ୍ୟ ଶିବିରରେ ଜନସାଧାରଣ ଙ୍କୁ ସେମାନେ ଜଣାଇବାର ଥିଲା କିନ୍ତୁ ସେମାନେ ମାଗଣା ଚିକିତ୍ସା ହେବ ବୋଲି ଆଶାରଖି ବହୁ ଜନସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଯାଇଥିଲେ l ଯେଉଁ ରୋଗୀଇଣ୍ଡୋର ରେ ଚିକିତ୍ସା କରାଯିବ ସେମାନ ଙ୍କୁ ସରକାର ଙ୍କ କାର୍ଡ ର ସୁବିଧା ଦିଆଯିବ ବୋଲି ଜଣାଇଥିଲେ କିନ୍ତୁ ରୋଗୀମାନଙ୍କୁ ସେମାନେ ପୂର୍ବରୁ ଜଣାଇବାର ଥିଲା ତାହା ମେଡିକାଲ ବାଲାର ଭୁଲ ବୋଲି ସୂଚନା ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ