ଆନ୍ଧ୍ର ପ୍ରଦେଶରେ ବସବାସ କରୁଥିବା ଓଡ଼ିଆ କଳାକାରଙ୍କପ୍ରତି ଆନ୍ଧ୍ରସରକାରଙ୍କ ଅଣଦେଖା ପ୍ରତି କ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ବୁଡାରସିଙ୍ଗି ଗ୍ରାମସ୍ଥ ରାମ ମନ୍ଦିର ପରିସରରେ ବୁଡାରସିଙ୍ଗି ପଞ୍ଚାୟତ ସରପଞ୍ଚ ସୁରେଶ କୁମାର ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ବରିଷ୍ଠ ଶିକ୍ଷାବିତ୍ ତଥା ମଞ୍ଚ ଅଭିନେତା ନୀଳକଣ୍ଠ ନାଲ୍ଲାଙ୍କ ଅଧ୍ୟକ୍ଷତାରେ ଆନ୍ଧ୍ରପ୍ରଦେଶ ନିବାସୀ ଓଡ଼ିଆ କଳାକାରମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ଡାକ୍ତର ତିରୁପତି ସାହୁ, ମହାସଚିବ ସୁବାସ ପ୍ରତାପ ଚନ୍ଦ୍ର ସାହୁ ରୋଶନ୍, ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ପାଢ଼ୀ, ଆନ୍ଧ୍ର ଓଡ଼ିଆ ଶିକ୍ଷକ ସଂଘ ସମ୍ପାଦକ ବୃନ୍ଦାବନ ଦଳେଇ, ସୁନାମଧନ୍ୟ ତେଲୁଗୁ ଚଳଚ୍ଚିତ୍ର ଓ ଛୋଟ ପରଦା ଅଭିନେତା କୁମାର ନାୟକ, ସମାଜସେବୀ ବ୍ରହ୍ମାନନ୍ଦ ଚୌଧୁରୀ ଓ କୁରା ଗୌଡ, କଣ୍ଠଶିଳ୍ପୀ ହରିଶ୍ଚନ୍ଦ୍ର ଭକ୍ତ ଏବଂ ପ୍ରତିଭାଦୀପ୍ତ କଳାକାର ଜଳନ୍ଧର ସାହୁ ଅତିଥି ଭାବରେ ଯୋଗଦେଇ ଆନ୍ଧ୍ରବାସୀ ଓଡ଼ିଆ କଳାକାରଙ୍କ ପ୍ରତି ଆନ୍ଧ୍ର ସରକାରଙ୍କ ଅଣଦେଖା ପ୍ରତି କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରେଇବା ନିମନ୍ତେ ସ୍ଥିର କରିଥିଲେ । ଆନ୍ଧ୍ରପ୍ରଦେଶରେ ଓଡ଼ିଆ କଳା ଓ କଳାକାରଙ୍କ ହିତ ସାଧନ ନିମନ୍ତେ “ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ” ଗଠନ ସମାବେଶ ଦ୍ଵାରା ଅନୁମୋଦିତ ହୋଇଥିଲା ।ଏହି ନବ ଗଠିତ ମହାସଂଘର ଉପଦେଷ୍ଟା ଭାବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଓ ଆଇନଜୀବୀ ସତ୍ୟ ନାରାୟଣ ପାଢ଼ୀଙ୍କୁ ଚୟନ କରାଯାଇଥିଲା । ସେହିଭଳି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ ସଭାପତି, କୁରା‌ ଗୌଡ ଉପସଭାପତି, ସୁରେଶ କୁମାର ପାଣିଗ୍ରାହୀ ସମ୍ପାଦକ, ଜଳନ୍ଧର ସାହୁ ସହ ସମ୍ପାଦକ ଓ ବ୍ରହ୍ମାନନ୍ଦ ଚୌଧୁରୀଙ୍କୁ କୋଷାଧ୍ୟକ୍ଷ ଭାବରେ ଏବଂ ମହାସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ସର୍ବଶ୍ରୀ ନୀଳକଣ୍ଠ ନାଲ୍ଲା, ହରିଶ୍ଚନ୍ଦ୍ର ଭକ୍ତ, କୁମାର ନାୟକ, ରବି ନାରାୟଣ ଚୌଧୁରୀ, ଖଗେଶ୍ବର ଗୌଡ, ଅର୍ଜୁନ ପାତ୍ର ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ସମାବେଶର ଅନ୍ତିମ ପର୍ଯ୍ୟାୟରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଭଜନ ବିଚିତ୍ରା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବୁଡାରସିଙ୍ଗି ଗ୍ରାମବାସୀମାନେ ସହଯୋଗ କରିଥିଲେ । ପରିଶେଷରେ ଅର୍ଜୁନ ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ