ଆବଶ୍ୟକ ଭିତ୍ତିଭୁମି ନ ଥାଇ ପ୍ରବାସୀଙ୍କୁ ଓଡିଶା ଫେରାଇ ଆଣିବା ଏକ ଭୁଲ ନିଷ୍ପତ୍ତି:ପାରଳା ବିଧାୟକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆବଶ୍ୟକ ଭିତ୍ତିଭୁମି ଓ ଉପଯୁକ୍ତ ବନ୍ଦୋବସ୍ତ ନ ଥାଇ ରାଜ୍ୟ ଭିତରକୁ ଲକ୍ଷ ଲକ୍ଷ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ଯୋଜନା ଏକ ଭୁଲ ନିଷ୍ପତ୍ତି ଅଟେ ବୋଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରକାଶ କରି କହିଛନ୍ତି ଯେ,ବାହାର ରାଜ୍ୟରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପଦକ୍ଷେପ ସ୍ୱାଗତ ଯୋଗ୍ୟ । ହେଲେ ଏମାନେ ଆସିବା କ୍ଷଣି ଏମାନଙ୍କୁ କେଉଁ ଠାରେ ସୁରକ୍ଷାର ସହ ରଖାଯାଇ ପାରିବ? ଏଥି ପାଇଁ ସମସ୍ତ ଭିତ୍ତିଭୁମି ଥାଇ ଉପଯୁକ୍ତ ବନ୍ଦୋବସ୍ତ କରାଯିବା ଜରୁରୀ ଅଟେ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ନିର୍ବଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବେ । ଭିଟାମାଟିକୁ ଫେରୁଥିବା ପ୍ରବାସୀଙ୍କୁ ସମସ୍ତ ସୁରକ୍ଷା ଦିଆଯାଇ କେଉଁ ଠାରେ ରଖାଯିବ ତାହାର କୌଣସି ସ୍ପଷ୍ଟ ରୁପରେଖ ପ୍ରସ୍ତୁତ ହୋଇଛିକି ବୋଲି ପୁଣି ବିଧାୟକ ଶ୍ରୀ ରାଓ ପ୍ରଶ୍ନ କରି କହିଛନ୍ତି,ପାରଳା ନିର୍ବଚନ ମଣ୍ଡଳୀର ବିଶେଷ କରି କାଶୀନଗର ବ୍ଲକର ହାଡୁଭାଙ୍ଗି ଓ କେ.ସୀତାପୁର ଗ୍ରାମ ପଞ୍ଚାୟତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ପ୍ରବାସୀ ତେଲାଙ୍ଗାନା ଓ ଆନ୍ଧ୍ରରୁ ଫେରିବେ । ହେଲେ ସେମାନଙ୍କୁ କେଉଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ । ଏଭଳି ଭାବେ ଗଜପତି ଜିଲ୍ଲାକୁ ଫେରି ଆସୁଥିବା ପ୍ରବାସୀ ମାନଙ୍କୁ କେଉଁ କେଉଁ କ୍ୱାରାଣ୍ଟାଇନ୍‌ରେ ସୁରକ୍ଷିତ ରଖାଯିବ,ତାହାର ବନ୍ଦୋବସ୍ତ କରିବା ଜରୁରୀ ଅଟେ । କାରଣ ପ୍ରବାସୀମାନେ ଆନ୍ଧ୍ର ଓ ତେଲାଙ୍ଗାନାରୁ ନିଜ ଗ୍ରାମକୁ ଫେରିବେ । ହେଲେ ସେଠାରେ ଅତ୍ୟଧିକ ସଂକ୍ରମଣ ଥିବାରୁ ଗଜପତିର ନିଜ ଗ୍ରାମକୁ ଏମାନେ ଫେରୁଥିବା ବେଳେ ଏଠାରେ ଏମାନଙ୍କ ଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା ଦୃଷ୍ଟିରୁ ଅନ୍ୟ ଗ୍ରାମବାସୀମାନେ ପ୍ରବାସୀଙ୍କୁ ବିରୋଧ କରି ପାରନ୍ତି । ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଭିତ୍ତିଭୁମି ଥାଇ ସୁଚିନ୍ତିତ ବନ୍ଦୋବସ୍ତ କରିବା ଆବଶ୍ୟକ । ମୋ ମତରେ ପ୍ରବାସୀମାନଙ୍କୁ ବର୍ତ୍ତମାନର ଘଡିସନ୍ଧି ସମୟରେ ଏଠାକୁ ଫେରାଇ ଆଣିବା ବଦଳରେ ପ୍ରବାସୀମାନେ ଯେଉଁ ଠାରେ ରହିଛନ୍ତି ସେମାନଙ୍କୁ ସେଠାରେ ଉପଯୁକ୍ତ ରହିବା ଖାଇବା ଆଦିର ସୁ ବ୍ୟବସ୍ଥା କରାଇ ପାରିଲେ ଏହି ସମସ୍ୟାର ସମାଧାନ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ