ଆବାସ ପାଇଁ ବିଜେପିର ପ୍ରତିବାଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବିଜେପି ଦଳପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିମିୟତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସଂକ୍ରାନ୍ତରେ ସ୍ଥାନୀୟ ବିଡିଓଙ୍କୁ ଏକଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାର ଓଡିଶାରେ ୨୭ଲକ୍ଷ ଲୋକଙ୍କ ପାଇଁ ଘର ଆବଷ୍ୟକ ବୋଲି ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବଷ୍ୟକତା ଠାରୁ ଅଧିକ ଏକ ଲକ୍ଷ ପ୍ରଦାନ କରିଛନ୍ତି । କିନ୍ତୁ ଏହି ଆବାସ ବଣ୍ଟନେ ଅନିମିୟତା କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିନାହିଁ କିନ୍ତୁ ଯେଉଁ ମାନଙ୍କର ଭଲ ଘର,ଗାଡି ଅଛି ଓ ଧନୀ ଶ୍ରେଣୀ ଲୋକଙ୍କୁ ଆବାସ ପ୍ରଦାନ କରା୍‌ଯାଇଛି ।ବିଜେପିରେ ତରଫରୁ ଦାବୀ କରାଯାଇଛି ଯେ ପ୍ରତ୍ୟେକ ଗରୀବ ଲୋକ ଘର ପାଆନ୍ତୁ ,ଆଗାମି ସାତଦିନ ଭିତରେ ଗରୀବ ଲୋକଙ୍କୁ ଆବାସ ତାଲିକା ଭୁକ୍ତ କରାଯାଇ ତାଙ୍କୁ ଘର ଦିଆଯାଉ ,ଯଦୀ ଏହାକୁ ନକରନ୍ତି ତେବେ ଆଗାମି ଦିନରେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ଜିଲ୍ଲା ମହିଳା ମୋର୍ଚ୍ଚାର କୁସୁମୀ ପ୍ରଧାନବାଲିଗୁଡା ବ୍ଲକର ବହୁ ବିଜେପି କର୍ମି ଏଥିରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ