ଆବାସ ଯୋଜନାରୁ ବଞ୍ଚିତ ଅସହାୟ ମହିଳା

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଉ ଥିବାବେଳେ ଆଜିବି ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୋୖଡୁଛନ୍ତି ଅସହାୟ ବିଧବା ମହିଳା | ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ପଞ୍ଚାୟତର କ୍ଷତ୍ରିୟବରପୁର ଗ୍ରାମରେ ବସବାସ କରନ୍ତି ସୁସମା ମୁନିଙ୍କ ପରିବାର ଦୁଇ କୁନିକୁନି ଝିଅକୁ ନେଇ ରହୁଛନ୍ତି କୁଡ଼ିଆ ଘରେ | ଦିନେ ଏହି ପରିବାରଟି ମଧ୍ୟ ହସ ଖୁସିରେ ଚାଲୁଥିଲା  ସ୍ଵାମୀ ସୁରେନ୍ଦ୍ର ମୁନି ମଜୁରୀ ଖଟି ଯେଉଁ ଦୁଇ ପଇସା ଆଣୁଥିଲେ ସେଥିରେ ହସଖୁସିରେ ପରିବାର ଗୁଜୁରାଣ ହୋଇଯାଉଥିଲା | ଆଜକୁ ତିନି ବର୍ଷ ହେଲା ସୁରେନ୍ଦ୍ର ମୁନିଙ୍କ ମୃତ୍ୟୁ ହୋଇଯାଇଛି | ତାପରେ ସୁଷମାଙ୍କ ଜୀବନରେ ଦୁଖଃର ପାହାଡ଼ ମାଡିଆସିଲା କିପରି ଏହି ଦୁଇ ଝିଅକୁ ଖୁଆଇ ପିଆଇ ମଣିଷ କରିବେ ତା ସହିତ ପାଠ ପଢ଼ାଇବେ ନିଜର ଆଖିର ଲୁହକୁ ଆଖିରେ ଲୁଚାଇ ଗ୍ରାମରେରେ ବାସନ ମାଜି ଯାହା ମିଳେ ସେତିକିରେ କର୍ମକୁ ଆଦରି ଚଳୁଛନ୍ତି | ହେଲେ ରାସନ ମିଳୁଛି ଭତ୍ତା ମଧ୍ୟ ମିଳୁଛି କିନ୍ତୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି ସୁଷମା | ପଞ୍ଚାୟତ ଠାରୁ ବ୍ଲକ ସବୁଠିକୁ ଦୌଡିଲେଣି ହେଲେ ସୁଫଳ ମିଳୁନାହିଁ ଖାଲି ମିଳିବ ମିଳିବ କହି ଆଶ୍ୱାସନା ଦେଇଚାଲିଛନ୍ତି ସରକାରୀ କର୍ମୀ ମାନେ ତୁରନ୍ତ ଏହି ଅସହାୟ ବିଧବା ମହିଳାଙ୍କୁ ଘର ଖଣ୍ଡିଏ ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ