ଆବାସ ଯୋଜନା କାହାପାଇଁ, ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ହାଟଡ଼ିହି, (ବିକାଶ ବିଶ୍ୱାଳ):୨୫ବର୍ଷ ହେଲା ଆମେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଉଛୁ, ହେଲେ ଆମକୁ ଆବାସ ଯୋଜନା ଘର ଖଣ୍ଡିଏ ମିଳି ପାରୁନି । ପକ୍କା ଘର ବାଲାଙ୍କୁ ଘର ଉପରେ ଘର ଦେଉଛ, ଆମେ କି ଦୋଷ କରିଥିଲୁ ଯେ ଆମକୁ ଘର ଖଣ୍ଡିଏ ଦେଉ ନାହଁ ନବୀନ ବାବୁ ବୋଲି ପ୍ରଶ୍ନ କରିଛନ୍ତି ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ଗରିବ ଅସହାୟ ବୃଦ୍ଧା ମେନକା ବେହେରା । ତାଙ୍କ କହିବାନୁଯାଇ ମେନକା ଓ ତାଙ୍କ ଝିଅକୁ ନେଇ ତାଙ୍କର ପରିବାର । ଜମିବାଡି କିଛି ନଥିବାବେଳେ ସ୍ୱାମୀ ମଧ୍ୟ ନାହାନ୍ତି । ବହୁ ଅଭାବ ଅସୁବିଧାରେ ଚଳୁଛନ୍ତି । ଓଳିଏ ଖାଇଲେ ଓଳିଏ ଉପାସ । ଅଭାବ ଅସୁବିଧାରୁ ଘର ଖଣ୍ଡିକ ଛପର କରିପାରୁ ନଥିବାରୁ ବହୁ ପୁରାତନ ବାସଘର ଖଣ୍ଡିକ ଭାଙ୍ଗି ତଳେ ଲାଗିଲାଣି । ସାମାନ୍ୟ ବର୍ଷା ହେଲେ ତଳେ ପାଣି ତ ଉପରେ ପାଣି । ବାଧ୍ୟ ହୋଇ ଚାଳ କଣା ହୋଇଥିବା ସ୍ଥାନରେ ପଲିଥିନି ଢ଼ଙ୍କା ଯାଇଛି । ଏପରିକି ଘର ଚାଳର କିଛି କିଛି ସ୍ଥାନରେ ବାଲି ବସ୍ତା ମଧ୍ୟ ଥୁଆ ଯାଇଛି । ବର୍ଷାରେ କାନ୍ଥ ଗୁଡିକ ମଧ୍ୟ ଧଷେଇ ଯାଇଛି ଯେ କେତେବେଳେ ଭାଙ୍ଗି ପଡିବ ତାହା କହି ହେବ ନାହିଁଁ । ସେ ଏପରି ଅବସ୍ଥାରେ ରହିଛନ୍ତି ଯେ ନିଜ ଆଖିରେ ନଦେଖିଲେ ବିଶ୍ୱାଷ କରିହେବ ନାହିଁ । ତାଙ୍କ କହିବାନୁଯାଇ ଗତ ୨୦ବର୍ଷ ହେଲା ସେ ଘର ଖଣ୍ଡିଏ ପାଇବା ପାଇଁ ବ୍ଲକ ଠାରୁ ପଞ୍ଚାୟତ ସବୁଠିକୁ ଯାଇ ନିରାଶ ହୋଇଛନ୍ତି । ଏପରିକି ବାସନ କୁସନ ବିକି ଜଣେ ନେତାଙ୍କୁ କିଛି ହାତଗୁଞ୍ଜା ଦେଇଥିଲେ ମଧ୍ୟ ସେ ବି ଘର ଦେଇପାରିଲେ ନାହିଁଁ । ତାଙ୍କରି ଗାଁର କୋଠାଘର ବାଲା ଦୁଇ ତିନୋଟି ଆବାସ ଘର ପାଉଥିବାବେଳେ ତାଙ୍କ ଭଳିଆ ଗରିବଙ୍କ କଥା କଣ କାହାରି କାନରେ ପଡୁନି । ନବୀନବାବୁଙ୍କୁ ସେ ୨୫ବର୍ଷ ହେଲା ଭୋଟ ଦେଇ ଆସୁଥିଲେବି ତାଙ୍କ ଗୁହାରୀ କଣ ନବୀନବାବୁ ବୁଝିବେ ନାହିଁ । ଏ ଗୁହାରୀ କଣ ତାଙ୍କ ନିକଟରେ ପହଞ୍ଚି ପାରିବ ଏପରି ଅନେକ ପ୍ରଶ୍ନ ସେ କାନ୍ଦି କାନ୍ଦି କରିଛନ୍ତି । ପ୍ରଶାସନ ତାଙ୍କର ଏପରି ଅବସ୍ଥା ଦେଖି ତୁରନ୍ତ ବାସଗୃହ କଣ୍ଡିଏ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମେନକା ବେହେରାଙ୍କ ନାମ ଚଳିତବର୍ଷର ଆବାସ ଯୋଜନା ଲିଷ୍ଟରେ ଅଛି । ଏଥର ଅନୁଦାନ ଆସିଲେ ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଦେଇ କିପରି ଘରକାମ ସମ୍ପୁର୍ଣ୍ଣ ହେବ ସେ ଦାୟିତ୍ୱ ନେଇଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ