୧୧୩୧୫ ଜଣ ଚାଷୀଙ୍କ ଠାରୁ ୪ଲକ୍ଷ ୬୨ହଜାର ୯୬୧ କୁଇଣ୍ଟାଲ ଧାନ କିଣିଲେ ସରକାର
ହାଟଡିହି (ଓ୍ବାଇଏନଏସ): ଚଳିତ ବର୍ଷର ଧାନ କିଣା ଅବଧିକୁ ସରକାର ଆଉ ୭ଦିନ ବଢ଼ାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିଷ୍ପତି ହାଟଡିହି ବ୍ଲକ ଅଞ୍ଚଳରେ କୌଣସି ପ୍ରଭାବ ପଡିନି। ଏଠାରେ ଦୁଇଶହରୁ ଉର୍ଦ୍ଧ ଚାଷୀ ଧାନ ବିକ୍ରୀ କରିପାରି ନଥିବା ବେଳେ ୧୧୩୧୫ ଜଣ ଚାଷୀଙ୍କ ଠାରୁ ୪ଲକ୍ଷ ୬୨ହଜାର ୯୬୧ କୁଇଣ୍ଟାଲ ଧାନ କିଣା ଯାଇଛି। କିଛି ଚାଷୀ ଯେଉଁ ମାନେ ଧାନ ବିକିବା ପାଇଁ ନାମ ପଞ୍ଜିକୃତ କରିଥିଲେ ସେମାନଙ୍କ ଟୋକନ ନ ଆସିବାରୁ ଧାନ ବିକ୍ରୀ କରିପାରି ନଥିବା ଜଣା ଯାଇଛି। ମରେଇଗାଁ ଧାନ ମଣ୍ଡିରେ ୧୮୫୦ ଜଣ ଚାଷୀଙ୍କ ଠାରୁ ୮୦୬୪୦ କୁଇଣ୍ଟାଲ ୨୫ କିଲୋ ଧାନ କିଣାଯାଇଛି। ସେହିପରି ଡଅଁର ମଣ୍ଡିରେ ୨୭୧୯ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ୨୬୭୬ ଚାଷୀଙ୍କଠାରୁ ୪ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ୧ଲକ୍ଷ ୧୩ ହଜାର ୩୨୪ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏଠାରେ ୪୩ ଜଣ ଚାଷୀ ଧାନ ବିକ୍ରୀ କରିପାରି ନାହାନ୍ତି। ସେହିପରି ସଢ଼ା ମଣ୍ଡିରେ ୧୨୯୭ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ୧୨୮୪ ଜଣ ଚାଷୀଙ୍କ ଠାରୁ ୫୯ ୧୯୧ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ସେହିପରି ସୋସୋ ଧାନ ମଣ୍ଡିରେ ୯୮୦ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ୯୪୬ ଜଣ ଚାଷୀଙ୍କ ଠାରୁ ୩୩ ହଜାର କୁଇଣ୍ଟାଲ ଧାନ କ୍ରୟ କରାଯାଇଛି । ଏହି ମଣ୍ଡି ପାଇଁ ଆହୁରି ୩ ହଜାର କୁଇଣ୍ଟାଲ ଧାନ କିଣିବାର ଟାର୍ଗେଟଥିଲେବି ୩୪ ଜଣ ଋଷୀଙ୍କ ଟୋକନ ନ ଆସିବାରୁ ସେମାନଙ୍କ ଧାନ କ୍ରୟ ହୋଇପାରିନଥିବା ସମ୍ପାଦକ ସୂଚନା ଦେଇଛନ୍ତି। ସେହିପରି ବାଙ୍ଗୋର ମଣ୍ଡିରେ ୧୦୬୨ ଜଣ ଚାଷୀଙ୍କ ମଧ୍ୟରୁ ୯୮୩ ଜଣ ଚାଷୀଙ୍କ ଠାରୁ ୨୭୮୫୨ କୁଇଣ୍ଟାଲ ଧାନ କିଣା ଯାଇଛି। ଏଠାରେ ସର୍ବାଧିକ ୭୯ ଜଣ ଚାଷୀଙ୍କ ଠାରୁ ଧାନ କିଣା ହୋଇନି। ଟୋକନ ନ ଆସିବା ଓ କିଛି ଚାଷୀ ବାହାରେ ଥିବା ହେତୁ ଆସିନପାରିବାରୁ ଧାନ ବିକିପାରି ନଥିବା ଜଣାଯାଇଛି। ସେହିପରି ସମଣା ଧାନ ମଣ୍ଡିରେ ୧୫୦୨ ଚାଷୀଙ୍କ ଠାରୁ ୫୩୨୬୬ କୁଇଣ୍ଟାଲ ଧାନ କିଣା ଯାଇଥିବା ବେଳେ ଆମ୍ବୋ ମଣ୍ଡିରେ ୪୦୦ ଚାଷୀଙ୍କ ଠାରୁ ୧୩୦୩୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ସେହିପରି ରମ୍ପାସ ମଣ୍ଡିରେ ୧୧୩୪ଚାଷୀଙ୍କ ଠାରୁ ୫୫୧୯୩ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ସେହିପରି ଓରାଳି ଧାନ ମଣ୍ଡିରେ ୫୪୫ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ୫୪୦ ଜଣ ଚାଷୀଙ୍କ ଠାରୁ ୨୭୪୬୫ କୁଇଣ୍ଟାଲ ଧାନ କିଣା ଯାଇଛି। ଆଉ ଚାଷୀ ଙ୍କ ଟୋକନ ନଥିବାରୁ ସାତ ଦିନିଆ ସମୟ ଅବଧିର କୌଣସି କାର୍ଯ୍ୟକାରିତା ହୋଇ ପାରୁ ନଥିବା ଜଣା ଯାଇଛି।


