ଆମାଜନ ରେ ଭିଭୋ ଲଂଚ କରିବ ନୂଆ ସିରିଜ

ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ପକ୍ଷରୁ ଭାରତର ସର୍ବବୃହତ ଅନ୍ଲାଇନ ବଜାର ଆମାଜନ ସହ ସହବନ୍ଧନର ଘୋଷଣା କରାଯାଇ ୟୁ-ସିରିଜ ଅନ୍ତର୍ଗତ ୟୁ୧୦ ସ୍ମାର୍ଟଫୋନ ର ଉନ୍ମୋଚନ କରାଯାଇଛି । ଏହାର ଅନ୍ଲାଇନ କେନ୍ଦ୍ରୀତ ଜେଡ-ସିରିଜ ର ସଫଳତା ପରେ ଏହି ୟୁ-ସିରିଜ ଗ୍ରାହକ ମାନଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ସର୍ବୋତମ ପ୍ରୋସେସର ସହ ଉଚ୍ଚ ପ୍ରଦର୍ଶନ ଓ ଦୀର୍ଘସ୍ଥାୟୀ ବ୍ୟାଟେରି ପାଇଁ ୟୁ୧୦ ସ୍ମାର୍ଟଫୋନରେ ଫାଷ୍ଟ ଚାର୍ଜିଙ୍ଗ ଇନ ଦ ବକ୍ସ ର ବ୍ୟବହାର କରାଯାଉଛି । ଏହା ଆମାଜନରୁ ମିଳୁଥିବା ଗ୍ରାହକ ସମିକ୍ଷାକୁ ଭିତି କରି ପ୍ରସ୍ତୁତ କରାଯିବ । ଅମାଜନ ସହ ସହବନ୍ଧନ ସମ୍ବନ୍ଧରେ ସୁଚନା ଦେଇ ଭିଭୋ ଇଣ୍ଡିଆ ର ବ୍ରାଣ୍ଡ ଷ୍ଟ୍ରାଟେଜି ନିର୍ଦ୍ଦେଶକ, ନିପୁନ୍ ମାରୟା କହିଛନ୍ତି ଯେ, “ଆମେ ସାରା ଦେଶର ଗ୍ରାହକ ମାନଙ୍କ ଚାହିଦାକୁ ଲକ୍ଷ ରଖି ଏ ପ୍ରକାର ଅଭିନବ ସ୍ମାର୍ଟଫୋନ ପ୍ରସ୍ତୁତ କରୁଛୁ । ନୂତନ ପିଢି ପାଇଁ ବିଶ୍ୱାସ ଯୋଗ୍ୟ ଏବଂ ଉଚ୍ଚ ପ୍ରଦର୍ଶନକାରୀ ସ୍ମାର୍ଟଫୋନ ଯୋଗାଇ ଦେବାରେ ଆମାଜନ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ