ଆମେରିକା ଦୁଇ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଲା

ଆମେରିକା: ଆମେରିକା ସଫଳତାର ସହ ନିଜ ଦେଶରୁ ଦୁଇ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ସୃଷ୍ଟି କରିଛି। ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ ମହାକାଶଯାନ ଗତକାଲି ରାତିରେ କେନେଡି ସ୍ପେସ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ଦୁଇ ଜଣ ନାସା ମହାକାଶଚାରୀ ରବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲିଙ୍କୁ ସଫଳତାର ସହ ମହାକାଶରେ ପହଞ୍ଚିଛି। ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଆମେରିକାର ମହାକାଶଚାରୀମାନଙ୍କୁ ଆମେରିକା ମାଟିରୁ କକ୍ଷପଥକୁ ନେଇ ଯାତ୍ରା କରିବା ପ୍ରଥମ । ଏହି ମିଶନ୍ ଏଲୋନ୍ ମସ୍କ ଦ୍ୱାରା ପ୍ରତିଷ୍ଠିତ ବାଣିଜ୍ୟିକ ସ୍ପେସ୍ କମ୍ପାନୀ ସ୍ପେସ୍ ଏକ୍ସ ମାଲିକାନାରେ ଥିବା ଏକ ରକେଟର ପ୍ରଥମ ଉତକ୍ଷେପଣ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମହାକାଶ ଯାନ ଉତକ୍ଷେପଣ ସମୟରେ କେନେଡି ମହାକାଶ କେନ୍ଦ୍ରରେ ଉପସ୍ଥିତ ଥିଲେ। ବୁଧବାର ଦିନ ଖରାପ ପାଗ ଯୋଗୁଁ ଏହାର ଉତକ୍ଷେପଣ ବନ୍ଦ ରଖାଯାଇଥିଲା। ନାସା ଏହାର ଦୁଇ ଅଭିଜ୍ଞ ମହାକାଶଚାରୀ ହର୍ଲି ଏବଂ ବେହେଙ୍କେନଙ୍କୁ ଏଠି ପାଇଁ ଚୟନ କରିଥିଲା । ବେହଙ୍କେନ୍ ଡେମୋ-୨ ମିଶନ୍ ପାଇଁ ମିଳିତ ଅପରେସନ୍ କମାଣ୍ଡର ଦାୟିତ୍ୱରେ ଅଛନ୍ତି ଓ ସେ ମହାକାଶ ଯାନ ଡକିଂ ଏବଂ ଅନଡକିଂ କାର୍ଯ୍ୟରେ ଅଭିଜ୍ଞ ଅଟନ୍ତି। ସେ ୨୦୦୦ରେ ନାସାର ମହାକାଶଚାରୀ ଭାବରେ ମନୋନୀତ ହୋଇଥିଲେ ଏବଂ ଦୁଇଟି ସ୍ପେସ୍ ସଟଲ୍ ଉଡ଼ାଣ ସମାପ୍ତ କରିଛନ୍ତି। ଏହି ମିଶନ ପାଇଁ ହର୍ଲି ମହାକାଶଯାନର କମାଣ୍ଡର ଭାବରେ ଉତକ୍ଷେପଣ ଏବଂ ଅବତରଣ କାର୍ଯ୍ୟକଳାପ ପରିଚାଳନା କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ