ଆମ୍ପିୟର ଇଲେକ୍ଟ୍ରିକ୍ ଭାରତରେ ୧୨ ବର୍ଷ ଯାତ୍ରା
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଗ୍ରିଭସ୍ କଟନର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହଯୋଗୀ ସଂସ୍ଥା ଆମ୍ପିୟର ଇଲେକ୍ଟ୍ରିକ୍ ଭାରତରେ ଏହାର ଯାତ୍ରାର ୧୨ତମ ବର୍ଷ ପୂର୍ତୀ ପାଳନ କରୁଛି । ଏହି ଅବସରରେ କଂପାନି ପକ୍ଷରୁ ଆମ୍ପିୟର ଇ-ସ୍କୁଟର ଗ୍ରାହକଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରାଣ୍ଡ୍ ବୋନାଞ୍ଜା ଦିଆଉଥିବା ବେଳେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଗ୍ରାହକମାନଙ୍କୁ ହାଇ-ସ୍ପିଡ୍ ମଡେଲ୍ଗୁଡ଼ିକ ଉପରେ ନାମମାତ୍ର ମୂଲ୍ୟରେ ଗ୍ରାହକଙ୍କୁ ପାଂଚ ବର୍ଷ ଓ ସାଧାରଣ ମଡେଲ୍ଗୁଡ଼ିକ ଉପରେ ତିନି ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ୱାରେଂଟି ଦିଆଯାଉଛି । ଗ୍ରାହକମାନେ ୧୫ର ବମ୍ପର ଗାଡ଼ି ବୀମା ସୁରକ୍ଷା ମଧ୍ୟ ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ । ପୂର୍ବରୁ କଂପାନି ତରଫରୁ ଗ୍ରାହକମାନଙ୍କୁ ପରିବେଶ ବିଷୟରେ ସେଚେତନ କରିବା ଲାଗି “କଲ୍ କୋ ବଚାଓ’ ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ଗ୍ରାହକମାନଙ୍କୁ ସମସ୍ତ ଆମ୍ପିୟର ଇଲେକ୍ଟ୍ରିକ୍ ସ୍କୁଟର ଉପରେ ଆକର୍ଷଣୀୟ ରିହାତି ଓ ସହଜ ଇଏମ୍ଆଇ ଅଫର ଦିଆଯାଇଥିଲା । ସେହି ଅଫର ପରେ ଏବେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ଏହି ଅଫରରେ କରୋନା ଯୋଦ୍ଧାମାନେ ଯଥା ଡାକ୍ତର, ସରକାରୀ କର୍ମଚାରୀ, ଆବଶ୍ୟକ ସେବା ଯୋଗାଇ ଦେଉଥିବା ବ୍ୟକ୍ତି, କର୍ମଜୀବୀ, ସ୍ୱାସ୍ଥ୍ୟକର୍ମୀ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ଲଘୁ ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ ଯେଉଁମାନେ ପରିବେଶ ମିତବ୍ୟୟୀ, କମ୍ ରକ୍ଷଣାବେକ୍ଷଣ ଭିତିକ ହାଲୁକା ଆମ୍ପିୟର ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଛନ୍ତି । କୋଭିଠ୍-୧୯ ସଂକ୍ରମଣ ଦୃଷ୍ଟିରୁ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରିବାର ଆବଶ୍ୟକତା ବଢ଼ିଥିବା ବେଳେ ଲୋକମାନେ ଭିଡ଼ ରହୁଥିବା ଗାଡ଼ିରେ ଯାତ୍ରା କରିବାକୁ ଚାହୁନାହାନ୍ତି । ଯେଉଁମାନେ ଦୁଇ ଚକିଆ ଯାନ କିଣିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ଆମ୍ପିୟର ଇଲେକ୍ଟ୍ରିକ୍ ଏହି ଆକର୍ଷଣୀୟ ଅଫର ପ୍ରସ୍ତୁତ କରିଛି । ଆମ୍ପିୟର ଇଲେକଟ୍ରିକ୍ ହେଉଛି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ସ୍କୁଟର ବ୍ରାଣ୍ଡ୍ ଯାହା ଗ୍ରାହକମାନଙ୍କୁ ପାରମ୍ପରିକ ସ୍କୁଟର ଠାରୁ ୮୫-୯୦ ପ୍ରତିଶତ ଗାଡ଼ିଚାଳନା ଖର୍ଚ୍ଚ ସଂଚୟ କରିବାର ସୁବିଧା ଦେଉଛି । ଛୋଟ ସହର ଓ ଗ୍ରାମାଚଂଳରେ ସାରା ପରିବାରର ସଦସ୍ୟ ଆମ୍ପିୟର ଇଲେକ୍ଟ୍ରିକ୍ ସ୍କୁଟରକୁ ନିଜର କାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ । ଭାରତରେ ଆମ୍ପିୟର ଇଲେକଟ୍ରିକ୍ର ୨୦୦ରୁ ଅଧିକ ଡିଲର ଏବଂ ୬୦ ହଜାରରୁ ଅଧିକ ଗ୍ରାହକ ଅଛନ୍ତି । କଂପାନିର ନୂଆ ଅଫର ଏହି ଗାଡ଼ିକୁ ଲୋକମାନଙ୍କ ପାଖରେ ଅଧିକ ମାତ୍ରାରେ ପହଂଚାଇବ ବୋଲି ଆଶା କରାଯାଉଛି ।