ଆମ୍ବେଦକର ଙ୍କୁ ମନେପକାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭାରତର ସମ୍ବିଧାନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକର ଆଜିର ଦିନରେ ୧୮୯୧ରେ ମଧ୍ୟପ୍ରଦେଶର ମହୁ ଠାରେ ଜନ୍ମଗ୍ରହଣ କରିଥିଲେ । ଆଧୁନିକ ଭାରତର ନିର୍ମାଣରେ ବାବା ସାହେବ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ । ସେଥି ପାଇଁ ତାଙ୍କୁ କୌଣସି ଭାରତୀୟ ଭୁଲିପାରିବ ନାହିଁ । ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ରାମନାଥ କୋବିନ୍ଦ କହିଛନ୍ତି, ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ଥିଲେ ପ୍ରେରଣାର ସ୍ରୋତ । ଆମର ଦେଶକୁ ଗଢ଼ିବାରେ ତାଙ୍କର ଅବଦାନ ଅତୁଲ୍ୟ । ଏକ ଆଧୁନିକ ଭାରତ ଗଢ଼ିବା ପାଇଁ ଆମ୍ବେଦକର ବହୁ ସଂଘର୍ଷ କରିଥିଲେ । ସେହିପରି ସମାଜର ଗରିବ ଓ ନିମ୍ନସ୍ତରର ଲୋକଙ୍କ ଅଧିକାରୀ ପାଇଁ ସେ ଉଲ୍ଲେଖନୀୟ କାମ କରି ଯାଇଛନ୍ତି ।ରାମଜୀ ମାଲୋଜୀ ସକପାଲ ଏବଂ ଭୀମାବାଇଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ଭୀମରାଓ ଆମ୍ବେଦକର । ସେ ଏଭଳି ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ, ।

ସାମାଜିକ ସମାନତା ଏବଂ ସାମାଜିକ ନ୍ୟାୟରେ ପରିବର୍ତ୍ତନ ଆଣିବାରେ ଆମ୍ବେଦକରଙ୍କ ନାମ ଆସିଥାଏ । ସେ ବାବା ସାହେବ ନାମରେ ମଧ୍ୟ ପରିଚୟ ହାସଲ କରିଥିଲେ । ଏକାତ୍ମ ସମାଜ ନିର୍ମାଣ, ସାମାଜିକ ସମସ୍ୟା, ଅସ୍ପୃଶ୍ୟତା ଭଳି ସାମାଜିକ ଘଟଣା ଉପରେ ତାଙ୍କର ମନ ସମ୍ବେଦନଶୀଳ ଏବଂ ବ୍ୟାପକ ଥିଲା । ସେ ନିଜର ସଂପୂର୍ଣ୍ଣ ଜୀବନ ଉଚ୍ଚ-ନୀଚ, ଭେଦଭାବ, ଛୁଆଁଅଛୁଆଁ ଭଳି କାମ ପାଇଁ ନିଜ ଜୀବାନକୁ ସମର୍ପିତ କରିଥିଲେ । ସେ କହୁଥିଲେ ଜଣେ ମହାପୁରୁଷ ଜଣେ ସାଧାରଣ ମନ୍ୟୁଠାରୁ ଭିନ୍ନ, ଯିଏକି ସମାଜକୁ ଭଲଭାବରେ ଗଢ଼ିବାକୁ ଚିନ୍ତା କରୁଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ