ଆମ୍ବ ତୋଟା ରୁ ଝୁଲନ୍ତା ଶବ ଉଦ୍ଧାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଭ୍ରମରପୁର ଗ୍ରାମ ନିକଟରେ ଥିବା ଫାସିଆମ୍ବ ବିଲ ଠାରେ ଥିବା ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ଯୁବକର ଗଳିତ ଶବ କୁ କେ.ନୁଆଗାଁ ପୋଲିସ ବୁଧବାର ପୁର୍ବାହ୍ନ ରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରିଛି।ଦୀର୍ଘ ଦିନ ଧରି ସମ୍ପୃକ୍ତ ଯୁବକ ଙ୍କ ମୃତଦେହ ଏଭଳି ଝୁଲନ୍ତା ଅବସ୍ଥାରେ ଥିବାରୁ ତାଙ୍କ ଶରୀରର ଅନେକ ମାଂସ ଝଡିପଡିଥିବାରୁ ତାଙ୍କୁ ଚିହ୍ନଟ କରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି। ଜବତ ଗଳିତ ଶବ କୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି।ଏନେଇ ଥାନା ଅପମୃତ୍ୟୁ ମାମଲା ୧୧/୨୩ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା କେ.ନୁଆଗାଁ ଥାନା ଆଇ.ଆଇ.ସି କିଶୋର କୁମାର ସାମଲ କହିଛନ୍ତି। ଭ୍ରମରପୁର ଗ୍ରାମଠାରୁ ପ୍ରାୟ ୨ ଶହ ମିଟର ଦୂ୍ରରେ ଥିବା ଫାସିଆମ୍ବ ନାମକ ବୃହତ ଆମ୍ବ ତୋଟା କିଛି ଦିନ ପୂର୍ବେ ଏ ଅଞ୍ଚଳରେ ବାଘ ବୁଲୁଥିବା ଭୟରେ ଗାଁ ଲୋକମାନଙ୍କ ଏହି ଅଞ୍ଚଳକୁ ଯାଉ ନଥିଲେ।ଫଳରେ ଏଠାରେ ସମ୍ପୃକ୍ତ ଯୁବକ ଜଣଙ୍କ ଫାସି ଲଗାଇ ଅତ୍ମହତ୍ୟା କରିଥିବା ସମ୍ପର୍କରେ ଜଣାପଡିନଥିଲା। ଗତ କିଛିଦିନ ହେବ ମୃତଦେହ ପଚି ଦୁର୍ଗନ୍ଧ ହେବାରୁ ଘଟଣା ପଦାକୁ ଆସିଥିଲା। ଗ୍ରାମର କିଛି ବ୍ୟକ୍ତି ବୁଧବାର ଆମ୍ବ ଗଛ ରେ ଝୁଲନ୍ତା ମୃତଦେହ କୁ ଦେଖି ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚିକିଟି ଦମକଳ ବାହୀନିକୁ ଖବର ଦେବାରୁ ସମ୍ପୃକ୍ତ ଦମକଳ କର୍ମଚାରୀ ମାନେ ଗଛ ଉପରକୁ ଯାଇ ମୃତଦେହ କୁ ଉଦ୍ଧାର କରିଥିବା ଜଣାପଡିଛି।


