ବାର୍ଷିକ କ୍ରୀଡା ଉଦ୍ ଯାପିତ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ସହରସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ର ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉଦ୍ ଯାପିତ ହୋଇଯାଇଛି। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାଉନସିଲର ଅଶୋକ କୁମାର ମହାଙ୍କୁଡ, ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ପରିଚାଳନା କମିଟି ସଭାପତି ଜଗବନ୍ଧୁ ଦଳାଇ , ଉପସଭାପତି ହରିହର ପଣ୍ଡା, ସମ୍ପାଦକ ସୁଶାନ୍ତ କୁମାର ବେହେରା , କୋଷାଧ୍ୟକ୍ଷ ରାଜକିଶୋର ସାସମଲ ଉପସ୍ଥିତ ଥିଲେ। ପାଠପଢା ସହ କ୍ରୀଡା ର ମଧ୍ୟ ଆବଶ୍ୟକତା ରହିଛି ବୋଲି ନିୟନ୍ତ୍ରିତ ଅତିଥି କହିଛନ୍ତି। ଶିକ୍ଷକ ଭଗବାନ ପାଢ଼ୀ,ଗୁରୁମା ସୁନାରାଣୀପାଳ, ଶ୍ରୀ ମା ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ।


