ଆମ ଓଡ଼ିଶା ଯମରାଜ ଓ ଯମଦୂତଙ୍କ ଓଡ଼ିଶା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ୨୩ ବର୍ଷ ହେବ ଓଡ଼ିଶାରେ ଯମରାଜ ଓ ଯମଦୂତଙ୍କ ଶାସନ ଚାଲିଛି ଏବଂ ଆମ ଓଡ଼ିଶା ଯମରାଜ ଓ ଯମଦୂତଙ୍କ ଓଡ଼ିଶାରେ ପରିଣତ ହୋଇଛି ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ଯମରାଜ ଓ ଯମଦୂତ ପ୍ରତିଦିନ ଓଡ଼ିଶାର ଶହ ଶହ ଲୋକଙ୍କୁ ମରଣ ମୁହଁକୁ ନେଇ ଯାଉଛନ୍ତି । ପ୍ରତିଦିନ ଦୁର୍ଘଟଣାରେ, ସାପଚୋଟରେ ମାରିବାରେ, କୁମ୍ଭୀର ଟାଣି ଖାଇବାରେ, ହାତୀ ଶୁଣ୍ଢରେ କଚାଡ଼ି ମାରିବାରେ, ଘଡ଼ଘଡ଼ି ବିଜୁଳିରେ, ହାର୍ଟ ଆଟାକରେ, ଜନନୀ ଯନ୍ତ୍ରଣାରେ, ଘରୋଇ ହିଂସାରେ, ବନ୍ଧୁକ ଗୁଳିରେ, ଖଣ୍ଡା ଚୋଟରେ ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଥିବାର ହଦୟ ବିଦାରକ ଦୃଶ୍ୟ ଓଡ଼ିଶାବାସୀ ଦେଖୁଛନ୍ତି । ଓଡ଼ିଶାବାସୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାରେ ଗଣତାନ୍ତ୍ରିକ ସୁଶାସନ ଫେରାଇ ଆଣିବା ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଶୃଙ୍ଖଳା ପାଇଁ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ ଦାୟୀ ବୋଲି ଶ୍ରୀ ରାଉତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ