ଆମ ଗାଁ ସାହିତ୍ୟ ପରିଷଦର ଭାମ୍ୟମାଣ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ସୁନ୍ଦର ଶଦ୍ଦ ସଂଯୋଜନା କବିତାକୁ ଶୃତିମଧୁର କରିଥାଏ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ଶିବ ମନ୍ଦିର ପରିସରରେ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ଏକ ଭ୍ରାମ୍ୟମାଣ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ନାଟ୍ୟକାର ସଂଜୟ କୁମାର ମଲିକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସାହିତ୍ୟସଭାରେ ଅବସରପ୍ରାପ୍ତ ପ୍ରଫେସର ଡ଼ଃ. ସୂର୍ଯ୍ୟମଣୀ ପଣ୍ଡା ମୁଖ୍ୟଅତିଥି, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ମେଜର ଭରତ ଚନ୍ଦ୍ର ଜେନା, ଆଇନଜୀବି ପ୍ରଦୀପ କୁମାର ଦାଶ ଓ ବାସ୍ତୁ ବିଜ୍ଞାନୀ ନାରାୟଣ ପତି ପ୍ରମୁଖ ଯୋଗଦେଇ କବିତାର ସୁନ୍ଦର ଶଦ୍ଦ ସଂଯୋଜନା ଓ ସମାଜର ନିଖୁଣ ଚିତ୍ର ପରିପୃଷ୍ଠ ହେଲେ ଏହା ଅଧିକ ଶ୍‌ୃତିମଧୁର ଓ ଗ୍ରହଣୀୟ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଂପାଦକ ସ୍ୱପ୍ନାଂଶୁ କୁମାର ଦାସ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଯୋଗଗୁରୁ ସଂଜୟ କୁମାରେ ମଥାନ ବେଦପାଠ କରିଥିଲେ । ଶିକ୍ଷାବୀତ ସୁବାଷ କୁମାର ମାହାଳି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରବଚକ ଶରତ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡଃ. ଅଭୟ କୁମାର ରାଉତ, ଈଶ୍ୱର ଚନ୍ଦ୍ର ପୃଷ୍ଟି ଓ ନିରୁପମା ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମନ୍ମଥନାଥ ବରାଳ, ଅଜୟ କୁମାର ପାତ୍ର, ଭରତ ଚରଣ ସାହୁ, ରଞ୍ଜନ ବାଇ, ରାମକୃଷ୍ଣ ଦାଶ, ଅପର୍ତ୍ତୀ ସେଠୀ, ସୁବାଷ ପାତ୍ର, ରଘୁନାଥ ସାହୁ, ଡଃ. ରତ୍ନାକର ମଲ୍ଲିକ, ଗଗନବିହାରୀ ସିଂ, ସାବିତ୍ରୀ ମହାରଣା, ପରମାନନ୍ଦ ଥାଟୋଇ, ବର୍ଷାରାଣୀ ବରାଳ ପ୍ରମୁଖ ୪୦ରୁ ଉର୍ଦ୍ଧ୍ୱ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ତୁଳସୀ କଲଚରାଲ ଆସୋସିଏସନ ଭଳି ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମରେ ନିଖୁଣ କଳା ପ୍ରଦର୍ଶନ କରିଥିବାରୁ ଅଶୋକ କୁମାର ସାହୁ ଓ କବୟିତ୍ରୀ ଗିତାଞ୍ଜଳୀ ସାହୁଙ୍କୁ ଉପଢୈାକନ ଓ ପୁଷ୍ପଗୁଚ୍ଛୁ ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରାଯାଇଥିଲା । ଟିଟିକାନ୍ତ ନାୟକ ଓ ଗୀତାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ