‘ଆମ ଗୋପାଳଗାଁ’ପକ୍ଷରୁ ଶ୍ମଶାନ ସଫେଇ ଓ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ଅବସରରେ ଗୋପାଳଗାଁ ଯୁବଗୋଷ୍ଠୀଙ୍କୁ ନେଇ ଗଠିତ ‘ଆମ ଗୋପାଳ ଗାଁ’ ସଂଗଠନ ପକ୍ଷରୁ ସ୍ଥାନୀୟ ଚୁନଭାଟି ଶ୍ମଶାନ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଂଚଳବାସୀ ବ୍ୟବହାର କରୁଥିବା ଏହି ଶ୍ମଶାନ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡ଼ିଥିବା ଯୋଗୁଁ ପୌରପାଳିକାକୁ ଅପେକ୍ଷା ନ କରି ସଂଗଠନ ପକ୍ଷରୁ ଏହାର ସଫେଇ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବରିଷ୍ଠ ସଦସ୍ୟ ଦିଲୀପ ନାୟକ, ଅରୁଣ କୁମାର ସ୍ୱାଇଁ, ପ୍ରବୀର କୁମାର ଦାସ ଓ ପ୍ରମୋଦ କୁମାର ମହାନ୍ତିଙ୍କ ନେତୃତ୍ୱରେ ରୂପେଶ କୁମାର ପ୍ରଧାନ, ଅନୁପ କୁମାର ସ୍ୱାଇଁ, ସୁଦୀପ ଲେଙ୍କା, ମନୋରଞ୍ଜନ ଜେନା, ଦେବବ୍ରତ ନାୟକ, ସୁବୀର ଦାସ, ପ୍ରତିମା ପଣ୍ଡା, ଅଜୟ ସ୍ୱାଇଁ, ବାପୁନୁ ପଣ୍ଡା, ପ୍ରାଣକ୍ରିଷ୍ଣ ସେନ, ପ୍ରଭାତ ମହାନ୍ତି ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇ ଶ୍ମଶାନର ସଫେଇ କରିଥିଲେ । ଏଥି ସହିତ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା ।


