ଆମ ପୋଲିସ ସମିତିର ଜଳଛତ୍ର ଆରମ୍ଭ
ସୋରଡା-(ଯୁଗାଦ୍ଦ ନ୍ୟୁଜ) ସୋରଡା ଆମ ପୋଲିସ ସମିତି ତରଫରୁ ଆଜି ସୋରଡା ଥାନା ସମ୍ମୁଖରେ ଜଳଛତ୍ର ଆରମ୍ଭ ହୋଇଛି । ସୋରଡା ଥାନା ଅଧିକାରୀ ପ୍ରଭାତ ସାହୁଙ୍କ ତତ୍ୱବାଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଏସ.ପି ପତିତପାବନ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଆସିକା ଏସ.ଡ଼ି.ପି. ଓ ସୂର୍ୟ୍ୟମଣୀ ପ୍ରଧାନ ଓ ଆମ ପୋଲିସ ସମିତିର ବରିଷ୍ଠ ସଦସ୍ୟ ପ୍ରମୋଦ ପଟ୍ଟନାୟକ,ଉପେନ୍ଦ୍ର ପାତ୍ର, ଲକ୍ଷ୍ମୀପଣ୍ଡା, ନିଳାଞ୍ଚଳ ମଲ୍ଲିକ, ସଂଜୀବ ଅଧିକାରୀଙ୍କ ସମେତ ସୋରଡା ତହସିଲଦାର ଅମର କୁମାର ବସନ୍ତରାୟ, ବିଡ଼ିଓ ସୀମାଞ୍ଚଳ ମଣ୍ଡଳ, ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ,ଅତିରିକ୍ତ ତହସିଲଦାରକୁ ରେଶଚନ୍ଦ୍ରଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ଆମ ପୋଲିସ ସମିତି ବରିଷ୍ଠ ସଦସ୍ୟ ପ୍ରମୋଦ ପଟ୍ଟନାୟକ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।ଆମ ପୋଲିସ ସମିତିର ଏହି ଜଳଛତ୍ର ଉଦ୍ଘାଟନରେ ପ୍ରଥମ ଦିନରେ ଚଲ୍ହାପଣା ବଣ୍ଟନ କରାଯାଇଥିବା ବେଳେ ଗୋଟିଏ ଗୋଟିଏ ବିଞ୍ଛଣା ମଧ୍ୟ ବଣ୍ଟନ କରାଯାଇଥିଲା । ପ୍ରତେକ ଦିନ ଥାନା ଦେଇ ଯାଉଥିବା ସମସ୍ତ ଯାତ୍ରୀ ଓ ସହର ଅଂଚଳବାସୀଙ୍କ ପାଇଁ ଏହି ଜଳଛତ୍ର ବେଶ ସହାୟକ ହୋଇଛି । ଗତବର୍ଷ ମଧ୍ୟ ଏହି ଜଳଛତ୍ର ୬୦ରୁ ଉର୍ଦ୍ଧଦିନ ଧରି ଅନବରତ ଚାଲୁରହିଥିବା ବେଳେ ପ୍ରତେକ ଦିନ ଭିନ୍ନଭିନ୍ନର କମର ପାନୀୟ ଜଳ ପ୍ରଦାନ କରିବାରେ ସଫଳ ହୋଇଥିଲା ।ତେବେ ଚଳିତ ବର୍ଷ ମଧ୍ୟ ପ୍ରତେକ ଦିନ ଭିନ୍ନଭିନ୍ନ ରକମର ପାନୀୟ ଜଳ ଏହି ଜଳ ଛତ୍ରରେ ବଣ୍ଟନ କରାଯିବାର କାର୍ୟ୍ୟକ୍ରମ ଥିବା ଜଣାପଡିଛି।


