ହିଂଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଶୁଭାରମ୍ଭ

ହିଂଜିଳିକାଟୁ, ୧୭ା୫ (ଶେଷଦେବ ସାହୁ) : ହିଂଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶୁକ୍ରବାର ଦିନ ମହାଆଡ଼ମ୍ବର ସହକାରେ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ୧ୟ ଦିବସ କେଉଟବାଡ଼ ଓ ପାଟଣା ସାହି ପକ୍ଷରୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ଯାତ୍ରା ସକାଶେ ସୁ ଊଚ୍ଚ ତୋରଣ, ରଙ୍ଗ ବେରଙ୍ଗ ବାନା ସହ ଅଲୋକମାଳାରେ ସାରାସହର ଝଲସି ଉଠିଥିଲା । ଶୁକ୍ରବାର ପ୍ରାତଃହରୁ ମାନସିକ ଧାରୀ ବ୍ୟକ୍ତି ମାନେ କୃଷ୍ଣ, ବଳରାମ,ରାମ,ସୀତା, ହନୁମାନ, ବାଘ- ବାଘୁଣି, ଡ଼ାହାଣି,ଅସୁରୁଣି, ବାଘ, କାଚରା, ଖଟବିଦ୍ରା, ମେହେନ୍ତର,ପ୍ରମୁଖ ବେଶରେ ନିଜକୁ ସୁ ସଜ୍ଜିତ କରି ଗ୍ରାମ ପରିକ୍ରମା କରିତିଲେ । ଦିନ ତମାମ ଗ୍ରୀଷ୍ମର ପ୍ରକୋପ ଜାରୀ ରହିବା ସତ୍ୱେ ସ୍ଥାନୀୟ ସହର ସମେତ ନିକଟବର୍ତି ଅଂଚଳରୁ ବହୁ ଭକ୍ତ , ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃହରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିିଲା । ଭକ୍ତମାନଙ୍କୁ ପାନୀୟ ଜଳ ଯୋଗାଣ ସକାଶେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଥିଲା । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କେଉଟ ସାହି କୋଠଘର ନିକଟରେ ଏକ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିଲା ।ପୌର ପରିଷଦ ପକ୍ଷରୁ ସହରର ସ୍ୱଛତା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ସମୟରେ ଆକର୍ଶଣୀୟ କଳାକୁଂଜ ଦେଖିବା ସକାଶେ ପ୍ରବଳ ଜନସମାଗମ ଲାଗି ରହିଥିଲା । ଅସମ୍ଭବ ଭିଡ଼଼କୁ ଆଖି ଆଗରେ ରଖି ଶାନ୍ତ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଯାତ୍ରା ସକାଶେ ବିଭିନ୍ନ ସାହି ବସ୍ତିରେ ବିଭିନ୍ନ ରକମର ଖେଳଣା, ବାରମଜା, ଘର ସାଗସଜ୍ଜା ଊପକରଣ ପ୍ରମୁଖ ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାରମାନ ଗଢି ଉଠିଥିଲା । ।ବିଳମ୍ବିତ ରାତିରେ ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ନଗର ପରିକ୍ରମା କରାଯାଇଥିଲା । ଯାତ୍ରାର ମଧ୍ୟମ ଦିବସ ଶନିବାର ଦିନ ରଙ୍ଗଣିବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯିବା ସହ ରାତ୍ର ସମୟରେ ବାଣ ଯାତ୍ରା ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ