ଆରଏମସି ପକ୍ଷରୁ ବ୍ୟବସାୟୀ ମାନଙ୍କୁ ପାଲ ବଂଟନ

ଯାଜପୁର:ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହୋଇଥିବା ଅସ୍ଥାୟୀ ମାର୍କେଟରେ ସମସ୍ତ ବ୍ୟବସାୟୀଙ୍କୁ ଆରଏମସି ପକ୍ଷରୁ ପାଲ ବଂଟନ କରାଯାଇଥିଲା । ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ,ଯାଜପୁର ବିଡିଓ ସୌରଭ ଚକ୍ରବର୍ତି,ଯାଜପୁର ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ବ୍ୟବସାୟୀ ମାନଙ୍କୁ ପାଲ ବଂଟନ କରିଥିଲେ । କୋରୋନା କଟକଣା ପାଇଁ ବ୍ୟବସାୟୀ ମାନଙ୍କୁ ଅସ୍ଥାୟୀ ଭାବେ ବାଳାଶ୍ରମ ପଡିଆରେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଛି । ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢୁଥିବା ସମୟରେ ପ୍ରଶାସନର ଏପରି କାର୍ଯ୍ୟକୁ ପରିବା ବ୍ୟବସାୟୀ ମାନେ ବେଶ ପ୍ରସଂଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ