ପିକଅପ ଭ୍ୟାନ ଓଲଟି ୫ ଗୁରୁତର
ହାଟଡିହି (ଓ୍ବାଇଏନଏସ) – ଛେନାପଦି – ବଉଳା ରାସ୍ତାର ଠୁଣିଗାଁ ନିକଟରେ ପିକଅପ ଭ୍ୟାନ ଓଲଟି ପାଞ୍ଚ ଗୁରୁତର ହୋଇଥିବା ଜଣା ଯାଇଛି। ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାରୁ ଜଣା ଯାଇଛି ଯେ ଶାସଙ୍ଗ ଗାଁ ନିକଟରେ ମେଗା ୱାଟର ପ୍ରୋଜେକ୍ଟ କାମ ଚାଲିଥିବା ବେଳେ ବିଦ୍ୟାଧରପୁର ଖଣି ବଜାରର ଶ୍ରମିକମାନେ ସେଠାରେ କାମ କରୁଥିଲେ। କାମ ସାରି ସନ୍ଧ୍ୟାରେ ପିକଅପ ଭ୍ୟାନ ଯୋଗେ ଘରକୁ ଫେରୁବା ବେଳେ ଠୂଣିଗାଁ ନିକଟରେ ଭ୍ୟାନ ଟି ଓଲଟି ପଡିଥିଲା। ଏଥିରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି। ହାଟଡିହି ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଛି।


