ଆରଏମ୍ ସିଏସ ସଭାପତି ଭାବେ ଦାୟିତ୍ୱ ନେଲେ ଏସ. ଗଜପତି ରାଓ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିସ୍ଥିତ ଆରଏମ୍ସିଏସ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏସ. ଗଜପତି ରାଓ ଏବଂ ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନର୍ମଦା ନାୟକ. ଏହି ଅବସରରେ ବରିଷ୍ଠ ବିଜେଡି ନେତା ତଥା ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, ଜିଲ୍ଲା ବିଜେଡି ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ଗୋଷଣି ବ୍ଲକ ଅଧ୍ୟକ୍ଷ ଏନ. ବିରରାଜୁ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଏବଂ ଆରଏମ୍ସିର ନିର୍ଦେଶକମାନେ ଉପସ୍ଥିତ ଥିଲେ.


