ଆରଏସଏସ ପ୍ରାନ୍ତ ପ୍ରଚାରକଙ୍କ ପୂଣ୍ୟ ତିଥିରେ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବାଲେଶ୍ୱର ଶାଖା ପକ୍ଷରୁ ପୂର୍ବତନ ଓଡ଼ିଶା ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କର ପୁଣ୍ୟ ତିଥିରେ ଏକ ରକ୍ତଦାନ ଶିବିର ଗୋପଳଗାଁ ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆରଏସଏସର ଭାରତୀୟ ସଂସ୍କୃତି ପ୍ରଚାର ସମିତି ଏବଂ ସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଶିବିରକୁ ବାଲେଶ୍ୱର ଲାୟନ୍ସ କ୍ଲବ ସମ୍ପାଦକ ତଥା ଉଦ୍ୟୋଗପତି ଗୋପାଳ ଖଣ୍ଡେଲୱାଲ, ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଏବଂ ଅଶ୍ୱିନୀ କୁମାର ଶତପଥି ମିଳିତ ଭାବେ ଉଦଘାଟନ କରିଥିଲେ । ସ୍ୱର୍ଗତ ନନ୍ଦଙ୍କର ତ୍ୟାଗପୁତ ଜୀବନ ଏବଂ ଓଡ଼ିଶାରେ ସଙ୍ଘ କାର୍ଯ୍ୟ ବିିସ୍ତାରରେ ତାଙ୍କର ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ତେବେ ତାଙ୍କର ପୁଣ୍ୟ ତିଥିରେ ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ ବେଶ ଶୁଦ୍ଧ ମାନସିକତାର ପ୍ରତିଫଳନ ବୋଲି ସେମାନେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲା କାର୍ଯ୍ୟବାହ ବିଜୟ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ସମିତିର ସଭାପତି ଭଗବାନ ଦାଶ ଖଣ୍ଡେଲୱାଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ମୋଟ ୧୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା । ଜିଲା ରକ୍ତଭଣ୍ଡାର ଅଧିକାରୀ ଓ କର୍ମଚାରୀମାନେ ଏହି ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଭଞ୍ଜନ ପାଢ଼ୀ, ସଞ୍ଜୟ ଖଣ୍ଡେଲୱାଲ,ଗୋପାଳ ନାୟକ, ଅମର ନାଥ ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ