ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,(ୱାଇଏନ୍ଏସ୍): ବିହାର ନିର୍ବାଚନ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପାଇଁ ଏକ ଖୁସି ଖବର ଆସିଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ମିଳିଛି। ତେବେ ଦୁମ୍କା ଟ୍ରେଜେରୀ ମାମଲାର ଶୁଣାଣି ବିଚାରାଧୀନ ଥିବାରୁ ଲାଲୁ ଏବେ ଜେଲ ଛାଡିବେ ନାହିଁ । ଲାଲୁ ଯାଦବଙ୍କ ଜାମିନ ପରେ ଆରଜେଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ‘ଲାଲୁ ପ୍ରସାଦଜୀଙ୍କୁ ଚତୁର୍ଥ ମାମଲାରେ ଜାମିନ ମିଳିଛି। ବର୍ତ୍ତମାନ ଏକ ମାମଲା ବାକି ଅଛି, ଯାହାର ଦଣ୍ଡ ଅବଧି ନଭେମ୍ବର ୯ରେ ଶେଷ ହେବା ପରେ ସେ ବାହାରକୁ ଆସିପାରିବେ | ଅନେକ ରୋଗ ଏବଂ ବୟସ ଅଧିକ ହୋଇଥିବା ସତ୍ତ୍ବେ ନୀତିଶ-ବିଜେପି ତାଙ୍କୁ ବାହାରକୁ ଆସିବାକୁ ଦେଇନଥିଲା । ଚାଇବାସା ଟ୍ରେଜେରୀ ମାମଲାରେ ଲାଲୁ ଯାଦବ ଦିଆଯାଇଥିବା ଦଣ୍ଡର ଅଧା ସମାପ୍ତି କରିସାରିଥିବା ଦର୍ଶାଇ ଜାମିନ ଆବେଦନ କରାଯାଇଥିଲା। ହେଲେ ଗତ ଶୁଣାଣିରେ ସିବିଆଇ କହିଥିଲା ଯେ ଅଧା ଦଣ୍ଡ ପୂରଣ ହେବାକୁ ଆଉ ୨୬ଦିନ ବାକି ଅଛି, ଯାହା ପରେ ଅକ୍ଟୋବର ୯ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରାଯାଇ ଲାଲୁ ଯାଦବଙ୍କୁ ଚାଇବାସା ମାମଲାରେ ଜାମିନ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ