ଆରଟିଆଇ ଶିକ୍ଷା ଶିବିର ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ନୁଆପଲ୍ଲୀ ଗ୍ରାମ ଠାରେ କ୍ରାନ୍ତି ଯୁବଛାତ୍ର ସଂଘ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୟୁଥ୍ ପାର୍ଲିଆମେଣ୍ଟ ନାମକ ଏକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏକ ଯୁବ ଶିବିର କରାଯାଇଥିଲା । ଏହି ଶିବିରରେ ଆର.ଟି.ଆଇ ଟ୍ରେନିଂ ଓ ଗ୍ରାମ ସହରର ବିକାଶରେ ଯୁବକଙ୍କ ଭାଗୀଦାରୀତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତର ଯୁବକ ଛାତ୍ର ମାନେ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେଇ ଆର ଟି ଆଇ କିପରି ବ୍ୟବହାର ହୋଇପାରିବ ତାର ପ୍ରଶିକ୍ଷଣ ନେଇଥିଲେ। ଏହି କର୍ମଶାଳାରେ ଆରଟିଆଇ ପ୍ରଶିକ୍ଷଣ ଦେବା ପାଇଁ ଅଧ୍ୟାପକ ଅମର ବିଷୟୀ, ଆରଟିଆଇ କର୍ମୀ ସନାତନ ଚୈଧରୀ, ଜୀବନ ପାତ୍ର ପ୍ରଶୀକ୍ଷଣ ଦେଇଥିବା ବେଳେ ଗ୍ରାମ ଓ ସହରର ବିକାଶ ଦିଗରେ ଯୁବକଙ୍କ ଭୁମିକାକୁ ଆଲୋଚନା ଚକ୍ରରେ ଗଂଜାମ ଜିଲ୍ଲାର ଚାଷୀନେତା ସିମାଞ୍ଚଳ ନାହାକ, ସମାଜ ସେବୀ ପଙ୍କଜ କୁମାର ପାଣିଗ୍ରାହୀ, ରାଷ୍ଟ୍ରୀୟ ଯୁବ ସଂଗଠନର ସଂଯୋଜକ ରଞ୍ଜିତ ଦେହୁରୀ ପ୍ରମୁଖ ଏହି ଆଲୋଚନା ଚକ୍ରରେ ରେ ଆଲୋକ ପାତ କରିବା ସହ ଗ୍ରାମରେ ଯୁବକ ମାନେ କିପରି ଗାଁ ର ପରିମଳ ସ୍ବାସ୍ଥ୍ୟ ଓ ପ୍ରକୃତିକ ଦୃବିପାକ ସମୟରେ ସଚେତନତା ସୃଷ୍ଟି କରିପାରିବେ ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଇଜୁ ଅମିନ ଖାଁ ପରିଚାଳନା କରିଥିବା ବେଳେ ପ୍ରଦିପ କୁମାର ନାହାକ ,ମାନସ ଗୈଡ, ମହେଶ ଗୈଡ, ଚନ୍ଦନ ନାୟକ, ରହନ ଗୈଡ , ରାକେଶ ଆଚାର‌୍ୟ୍ୟ, ଅବିଷେକ ପଟ୍ଟନାୟକ,ଓ କୃଷ୍ଣ ନାହାକ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ