ଆରପାରିରେ ଋତୁ ନନ୍ଦା

ମୁମ୍ବାଇ- ରାଜକପୁରଙ୍କ ଝିଅ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଭାଇ ଋଷି କପୁର, ରଣଧୀର କପୁର ଏବଂ ରାଜୀବ କପୁର ଖବର ପାଇ ତାଙ୍କ ଘରେ ପହଞ୍ଚିଛନ୍ତି। ୧୯୪୮ ଅକ୍ଟୋବର ୩୦ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୩ରେ ତାଙ୍କଠାରେ କର୍କଟ ରୋଗ ଚିହ୍ନଟ ହୋଇଥିଲା। ଏହାପରେ ଚିକିତ୍ସା ଜାରି ରହିଥିଲା। ଋତୁଙ୍କ ମୃତ୍ୟୁ ସମ୍ପର୍କରେ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ଇନଷ୍ଟାଗ୍ରାମ୍‌ରେ ଫଟୋ ଶେୟାର କରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ