ଆରମ୍ଭ ହେବ ନୂଆ ଟିକା ପରୀକ୍ଷଣ
ମୋଟ ଜନସଂଖ୍ୟାର ଏକତୃତୀୟାଂଶ ଲୋକ ଯକ୍ଷ୍ମା ସଂକ୍ରମଣରେ ଅଛନ୍ତି । ଏଥିପାଇଁ ପରୀକ୍ଷାମୂଳକ ଭାବେ ଟିବି ଭ୍ୟାକସିନ ଆରମ୍ଭ କରିବାକୁ ଯାଉଛୁ । ପୂର୍ବରୁ ଥିବା ବିସିଜି ଭ୍ୟାକସିନ (ଟିକା) ମୁଖ୍ୟତଃ ଛୋଟ ପିଲାଙ୍କ କ୍ଷେତ୍ରରେ କାମ ଦେଇଥାଏ । ମାତ୍ର ବୟସ୍କଙ୍କ ପାଇଁ ଏହା କାମ ଦେଇ ନ ଥାଏ । ଦେଶର ୬ଟି ସ୍ଥାନରେ ଏହି ପରୀକ୍ଷାର ବ୍ୟବସ୍ଥା ରହିଛି । ଏମସ ଭୁବନେଶ୍ୱରରେ ଖୁବଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଏହି ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ରହିଛି ।ଏହି ପର୍ଯ୍ୟାୟ ପରୀକ୍ଷାରେ ଯେଉଁ ବ୍ୟକ୍ତିଙ୍କ ଦେହରେ ଟିବି ଜୀବାଣୁ ଠାବ ହେଉଛି କେବଳ ସେହି ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପରୀକ୍ଷାମୂଳକ ଭାବେ ଏହି ଭ୍ୟାକସିନ ଦିଆଯିବ । ଦିଲ୍ଲୀରେ ଏହି ପରୀକ୍ଷା ଆରମ୍ଭ ହୋଇଯାଇଥିଲା ବେଳେ ଆସନ୍ତା ସପ୍ତାହରେ ଭୁବନେଶ୍ୱର ଏମସରେ ପରୀକ୍ଷା ଆରମ୍ଭ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଶେଷ ପର୍ଯ୍ୟାୟ ପରୀକ୍ଷା ପରେ ଏହାକୁ ସାର୍ବଜନୀନ ଭାବେ ପରୀକ୍ଷା କରାଯିବ ବୋଲି ଡ. ଦାଶ କହିଛନ୍ତି ।