ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ପଦବି ରଦ୍ଦ ହେଲା

ଛତ୍ରପୁର, (ଦେବଦତ୍ତ ମହାରଣା) : ଓଡିଆ ଲେଖାପଢା ଜାଣି ନଥିବା ଏବଂ ପଛୁଆ ବର୍ଗ ସାଟିଫିକେଟ ଜାଲ ଦେଇଥିବା ଅଭିଯୋଗରେ ରୁଜୁ ଏକ ମକଦ୍ଦମାର ବିଚାର କରି ଛତ୍ରପୁର ସିଭିଲ ଜଜ (ଜୁନିୟର ଡିଭିଜନ୍ ) ସନ୍ତୋଷ କୁମାର ପାଣିଗ୍ରାହୀ ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ.ଲକ୍ଷ୍ମୀଙ୍କ ପଦବି କୁ ଆଜି ରଦ୍ଦ କରିଛନ୍ତି । ପ୍ରତିପକ୍ଷ ପି. ଦମୟନ୍ତୀଙ୍କ ଅଭିଯୋଗ କ୍ରମେ ୧/୧୭ ନିର୍ବାଚନୀ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥିସହ ତୁରନ୍ତ ଏଦିଗରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଚାରପତି ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲ ପଦ୍ମଚରଣ ସାହୁ ସୂଚନା ଦେଇଛନ୍ତିା ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସରପଞ୍ଚ ପଦବୀ ନିମନ୍ତେ ତ୍ରିମୁଖୀ ପ୍ରତିଦ୍ୱନ୍ଦୀତ କରିଥିଲେ । ସେଥିରେ ଏମ .ଲକ୍ଷ୍ମୀ ବିଜୟୀ ହୋଇଥିଲେ । କିନ୍ତୁ ଏମ.ଲକ୍ଷ୍ମୀଙ୍କୁ ଲେଖାପଢା ବିଷୟରେ ଜାଣିନଥିବା ଏବଂ ପ୍ରାଥୀ ପତ୍ର ଦାଖଲ ବେଳେ ପଛୁଆ ବର୍ଗ ସାଟିଫିକେଟ୍ ଜାଲ ଦେଇଥିବା ଅଭିଯୋଗ ଆଣି ପ୍ରତିପକ୍ଷ ଦ୍ୱିତୀୟ ସ୍ଥାନରେ ଥିବା ପ୍ରତିଦ୍ୱନ୍ଦୀ ପି.ଦମୟନ୍ତୀ ଅଭିଯୋଗ ଦାଖଲ କରିଥିଲେ । ପି. ଦମୟନ୍ତୀଙ୍କ ତରଫରୁ ଓକିଲ ପଦ୍ମଚରଣ ସାହୁ ଓ ଏମ. ଲକ୍ଷ୍ମୀଙ୍କ ତରଫରୁ କୃଷ୍ଣଚନ୍ଦ୍ର ସାହୁ(ଏ) ଏବଂ ସରକାରଙ୍କ ତରଫରୁ ମନୋଜ କୁମାର ପାଢୀ ମକଦ୍ଦମା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ