ଧାନ କିଣା ନଗଲେ ରାସ୍ତା ରୋକ କରିବେ ବଣବୁଲାପଲ୍ଲୀ ଗ୍ରାମର ଚାଷୀମାନେ

ଛତ୍ରପୁର (ଦେବଦତ୍ତ ମହାରଣା) : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଣବୁଲା ପଲ୍ଲୀ ଗ୍ରାମର ବହୁ ଚାଷୀଙ୍କ ଟୋକନ ଆସିଥିଲେ ସୁଦ୍ଧା ସେମାନଙ୍କ ଧାନ ସୋସାଇଟି ପକ୍ଷରୁ କିଣାଯାଉନାହିଁ । ଚାଷୀ ମାନଙ୍କ ଟୋକନ ଅବଧୀ ଶେଷ ହେବା ନିମନ୍ତେ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଟାର୍ଗେଟ ନଥିବାରୁ କିଣାଯାଉନି ବୋଲି ଚାଷୀ ମାନେ ଆଜି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟକୁ ଆସି ହୋହାଲା କରିଥିବା ସହ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଭେଟି ଏ ସଂକ୍ରାନ୍ତରେ ଅବଗତ କରାଇ ଥିଲେ । ସେମାନଙ୍କ ଧାନ ତୁରନ୍ତ କିଣା ନଗଲେ ଆଗାମୀ ଦିନ ରାଜାରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ବେଳେ ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଶଙ୍କର ଦାଶ, ଏନ.କାମରାଜୁ ରେଡ୍ଡୀଙ୍କ ସମେତ ବଣବୁଲା ଗ୍ରାମର ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ଏହାସହ ଚାଷୀମାନେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନଙ୍କୁ ଭେଟି ଏସଂକ୍ରାନ୍ତରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ