ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ପକ୍ଷରୁ ଧରିତ୍ରୀ ଦିବସ ପାଳିତ
ଇ୍ରହ୍ମପୁର, (ୱାଇଏନ୍ଏସ୍):ଆଜି ଧରିତ୍ରୀ ଦିବସ ମହାମାରୀ କବଳରେ ଛଟପଟ ହେଉଥିବା ବିଶ୍ୱ ପାଇଁ ପଚାଶତମ ଧରିତ୍ରୀ ଦିବସ ଜନ ମାନସରେ ଅତି ବିଶିଷ୍ଟ ସ୍ୱତନ୍ତ୍ର ବହନ କରେ । ଏହି ବର୍ଷରେ ଧରିତ୍ରୀ ଦିବସରରେ ସ୍ୱତନ୍ତ୍ର ବାର୍ତା ‘କ୍ଲାମେଟ୍ ଆକ୍ସନ୍’ କରୋନା ମହାମାରୀ ପରିପ୍ରେକ୍ଷୀରେ ଅତି ଜରୁରୀ । ପୃଥିବୀର ଭବିଷ୍ୟତ ଆଜିର କାର୍ଯ୍ୟପନ୍ଥା ଉପରେ ନିର୍ଭର କରେ । ମାସକରୁ ଉର୍ଦ୍ଧ୍ୱର ଲକ୍ଡ଼ାଉନ୍ ଗଙ୍ଗା ଜଳକୁ ପାନୀୟ ଯୋଗ୍ୟ କରିପାରିଲା । ହିମାଳୟ ପଞ୍ଜାବରୁ ଦୃଶ୍ୟମାନ ହେଲା ବେଳେ ଯମୁନା ଜଳ ପରିଷ୍କାର ଦେଖାଗଲା । ଯାହା ଏଯାବତ ସରକାରମାନେ ଗଙ୍ଗା ଆକ୍ସନ୍ ପ୍ଲାନ ଦଶକ ଦଶକ ଧରି ହଜାର ହଜାର କୋଟି ଖର୍ଚ୍ଚ କରି ଯାହା କରିପାରି ନଥିଲେ, ମଣିଷର ପରିବର୍ତିତ ନିୟନ୍ତ୍ରଣ ଜୀବନ ଶୈଳୀ ତାହା କରିପାରିଲା । ତେଣୁ ମଣିଷ ଏଥିରୁ ଶିକ୍ଷା ଗ୍ରହଣ କରି ଜୀବନ ଶୈଳୀରେ ପରିବର୍ତନ କଲେ ଭବିଷ୍ୟତ ବଂଶଧରଙ୍କ ଜୀବନ ରକ୍ଷା ହୋଇପାରିବ । ଆଜି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ପକ୍ଷରୁ ଧରିତ୍ରୀ ଦିବସ ପାଳନ କରାଯାଇଛି । ସ୍ୱେଚ୍ଛାସେବୀମାନେ ଏମ୍କେସିଜି ମେଡିକାଲ୍ କଲେଜ ଠାରୁ ସାଇକେଲରେ ସାମାଜିକ ଦୂରତା ରକ୍ଷା କରି ଏବଂ ମାସ୍କ୍ ପିନ୍ଧି ସହର ପରିକ୍ରମା କରି ବାର୍ତା ପ୍ରଚାର କରିଥିଲେ । ଶେଷରେ ସ୍ୱଚ୍ଛାସେବୀମାନେ ଗାନ୍ଧୀନଗରସ୍ଥିତ ଗାନ୍ଧୀମୂର୍ତୀ ନିକଟରେ ରାମ୍ଧୂନ ସହ ସକାଳ ୮ଟା ୪୫ ମିନିଟ୍ରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବସି ବିଶ୍ୱବାସୀଙ୍କୁ ପରିବେଶ ରକ୍ଷା କରି ପୃଥିବୀକୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ । ପ୍ରକାଶ ଥାଉକି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଏକ ଦଶକରୁ ଉର୍ଦ୍ଧ୍ୱ ସମୟ ଧରି ଜଳ ସଂରକ୍ଷଣ, ବୃକ୍ଷରୋପଣ, ପଲିଥିନ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିବା ସହ ବୃକ୍ଷରୋପଣ କରି ସେଗୁଡିକର ତତ୍ୱାବଧାନ କରିଆସୁଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଅଞ୍ଜଳୀ ମହାନ୍ତି, ଭୀମସେନ ସାହୁ, ଭୀମରାଜୁ ପାତ୍ର, ଘନଶ୍ୟାମ, ସୁଶାନ୍ତ ମହାନ୍ତି, ଆଦିତ୍ୟ ଦାସ, ଶୁଭେନ୍ଦୁ ପାତ୍ର, ମାଧବ ନାୟକ ଏବଂ ଫାଉଣ୍ଡେସନ ଚେୟାରମ୍ୟାନ ସୁଧୀର ରାଉତ ଯୋଗଦେଇଥିଲେ ।