ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଶ୍ରାବଣୀ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଶ୍ରାବଣୀ ଉପାକର୍ମ ଉତ୍ସବ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଶହୀଦ ନଗରସ୍ଥ ଡ଼ାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବାସଭବନରେ ଆୟୋଜିତ ଉତ୍ସବରେ ପୌରହିତ୍ୟ କରି ଆର୍ଯ୍ୟ ସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ମହର୍ଷି ଦୟାନନ୍ଦ ସରସ୍ୱତୀ ଆଜକୁ ୧୫୦ ବର୍ଷ ତଳେ ଯେଉଁ କୁସଂସ୍କାର ବିରୋଧରେ ସଂଗ୍ରାମ କରିଥିଲେ, ଆଜିର ସମାଜରେ ମଧ୍ୟ ତାର ଆବଶ୍ୟକତା ଅଛି । ପ୍ରଧ୍ୟାପିକା ଡଃ ସଂଘମିତ୍ରା ମିଶ୍ର କହିଲେ ଯେ, ଯଜ୍ଞର ଏକ ସୁଦୂର ପ୍ରସାରୀ ପ୍ରଭାବ ରହିଛି । ପ୍ରତ୍ୟେକ ଗୃହସ୍ଥ ପ୍ରତ୍ୟହ ନହେଲେ ମଧ୍ୟ ମାସକୁ ଦୁଇଥର ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ଘରେ ଅଗ୍ନିହୋତ୍ର କରିବାର ଆବଶ୍ୟକତା ରହିଛି । ପ୍ରଫେସର ବିରାଜ ମୋହନଦାସ ଓ ଡଃ ଅପରାଜିତା ମହାପାତ୍ର ପ୍ରମୁଖ ବେଦ ଓ ଯଜ୍ଞର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର, ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଓଡ଼ିଶା ଗୁରୁକୁଳ ଆନ୍ଦୋଳନରେ ତାଙ୍କର ମୁଖ୍ୟ ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ । ପଣ୍ଡିତ ବିନୋଦ ବିହାରୀ ଦାସ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରାବଣୀ ପୂର୍ଣ୍ଣିମାଠାରୁ ଘରେ ଘରେ ଯଜ୍ଞ କାର୍ଯ୍ୟକ୍ରମରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଡଃ ମନୋଜ ଲେଙ୍କା, ଡଃ ବଦ୍ରୀନାଥ ପଟ୍ଟନାୟକ, ଇଂ ବିବେକାନନ୍ଦ ପାତ୍ର, ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବାସଗୃହରେ ସାମୂହିକ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ବିନୋଦ ବିହାରୀ ଦାସ ପରିଚାଳନା କରିଥିଲେ ଓ ସମାଜସେବୀ ବରୁନରାଜ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ