ଆର.ବି.ଏସ.କେ.ଆୟୁସ ଡାକ୍ତରସଙ୍ଘ ପକ୍ଷରୁ ୮ଦଫା ଦାବିରେ କଳାବ୍ୟାଜ ପରିଧାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆର.ବି.ଏସ.କେ.)ଆୟୁଷ ଡାକ୍ତର ସଙ୍ଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ବିଭିନ୍ନ ଦାବି ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ସଙ୍ଘ ପକ୍ଷରୁ ସ୍ୱାସ୍ଥ୍ୟ ମିଶନର ନିର୍ଦେଶିକା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ବିଭିନ୍ନ ଦାବି ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ସଙ୍ଘର ସର୍ବସମ୍ମତି ନିଷ୍ପତି କ୍ରମେ ବୁଧବାର ଠାରୁ ଶୃଙ୍ଖଳାଗତ ଭାବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି କୋଭିଡ କେୟାର ସେଂଟର, ଆର.ଆର.ଟି.ଟି.ଏମ.ସି., କଂଟ୍ରୋଲରୁମ, କଂଟେନମେଂଟ ଜୋନ, ଇମରଜେନ୍ସି ଏବଂ ଓ.ପି.ଡି.ରେ ଦାୟୀତ୍ୱ ନିର୍ବାହ କରୁଥିବା ସମସ୍ତ ଆର.ବି.ଏସ.କେ.ଆୟୁଷ ଡାକ୍ତରମାନେ କାର୍ଯ୍ୟ ବନ୍ଦ ନକରି ୮ଦଫା ଦାବୀ ପୁରଣ ନିମନ୍ତେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ କଳା ବ୍ୟାଚ ପରିଧାନ କରିବେ । ଦାବି ଗୁଡିକ ମଧ୍ୟରେ ରାଜ୍ୟରେ କୋଭିଡ ଡ୍ୟୁଟିରେ କାର୍ଯ୍ୟରତ ସମସ୍ତ ଆର.ବି.ଏସ.କେ.ଆୟୁଷ ଡାକ୍ତରମାନଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରାଯିବା, ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାମାନଙ୍କ ପାଇଁ ଘୋଷଣା କରିଥିବା ସମସ୍ତ ସହାୟତା ସେମାନଙ୍କୁ ପ୍ରଦାନ କରାଯିବା,ସେମାନଙ୍କ ମାସିକ ବେତନ ଅନ୍ୟୁନ ୫୦ହଜାର ଟଙ୍କା ପ୍ରଦାନ କରାଯିବା କିମ୍ବା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଆୟୁରର୍ବେଦିକ ଓ ହୋମିଓପ୍ୟାଥି ଡାକ୍ତରମାନଙ୍କ ଦରମା ସହ ସମାନ କରାଯିବା, ସେମାନଙ୍କୁ ନିୟମିତ କରଣ କରାଯିବା,ସେମାନଙ୍କୁ ଆୟୁଷ ନିର୍ଦେଶାଳୟ ଅଧିନକୁ ନିଆଯିବା, ଏଡିଏମଓଙ୍କୁ ସେମାନଙ୍କ ରିଭୁଇଙ୍ଗ ଅଥରିଟି କରାଯିବା, ସ୍କୁଲ ଏବଂ ଅଙ୍ଗନୱାଡି ପିଲାମାନଙ୍କ ପାଇଁ ଯେପରି ଏଲୋପ୍ୟାଥି ଔଷଧ ଦିଆଯାଉଛି ସେହିପରି ଆୟୁରବେଦିକ ଓ ହୋମିଓପ୍ୟାଥି ଔଷଧ ଦିଆଯିବା ଓ ସେମାନଙ୍କୁ ନିୟମିତ ଭାବେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ହେଉଥିବା ବିଭିନ୍ନ ପ୍ରଶିକ୍ଷଣରେ ସାମିଲ କରାଯିବା ପ୍ରଭୃତି ରହିଥିବା ସଙ୍ଘର ରାଜ୍ୟ ସଭାପତି ଡା.ସୁଶିଲ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ