ଶିବାନନ୍ଦ ଆଶ୍ରମରେ ଗୋ ପୂଜା ଓ ବୃକ୍ଷ ପୂଜା

କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ):ମହାପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ଜନ୍ମଦିନ ଅବସରରେ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଆହ୍ୱାନକ୍ରମେ ଆଶ୍ରମ ପରିସରରେ ଗୋ ପୂଜା, ବୃକ୍ଷ ପୂଜା ଏବଂ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋ ମାତାଙ୍କୁ ସ୍ନାନ କରାଇ ଫୁଲମାଳ ପିନ୍ଧାଇ ଦିଆଯିବା ସହ ଧୂପ, ଦୀପ, ଚନ୍ଦନ, କର୍ପୁର ଆଳତୀ କରାଯାଇ ପୂଜା କରାଯାଇଥିଲା। ଏଥିସହିତ ଆଶ୍ରମ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯିବା ସହିତ ବୃକ୍ଷଙ୍କୁ ପୂଜା କରାଯାଇଥିଲା। ଏହି ଅବସରରେ ଶ୍ରୀମା’ ବୃକ୍ଷର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ପରାମର୍ଶ ପ୍ରଦାନ କରି ବୃକ୍ଷହିଁ ଜୀବନ ବୋଲି କହିଥିଲେ। ବସୁଧୈବ କୁଟୁମ୍ବକମ ନ୍ୟାୟରେ ସମଗ୍ର ଭାରତବର୍ଷରେ ଭାଇଚାରା ସୃଷ୍ଟି କରିବାକୁ ଶ୍ରୀମା’ଆହ୍ୱାନ ଦେଇଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଅହିଂସା ଆଚରଣ କରି ଗୋଟିଏ ଧର୍ମ ପ୍ରେମର ଧର୍ମ ବୋଲି ବିଚାର କରି ଶପଥ ନେବାକୁ ଶ୍ରୀମା ଆହ୍ୱାନ ଦେଇଥିଲେ। ବୃକ୍ଷ ଆମର ବହୁ ଉପକାରୀ ହୋଇଥିବାରୁ ତା’ ପ୍ରତି ନିଷ୍ଠୁର ଭାବ ପ୍ରକାଶ ନକରିବାକୁ ଶ୍ରୀମା ପରାମର୍ଶ ଦେଇଥିଲେ। ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କୁ ରାକ୍ଷୀ ବନ୍ଧା ଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭକ୍ତ ଶ୍ରୀଧର ରାଉତ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ରୀତାଞ୍ଜଳି ନାଥ, ଅମୀୟ ପଣ୍ଡା, ବର୍ଷାରାଣୀ ସ୍ୱାଇଁ, ପୁନମ ନାୟକ, ବିନୀ ବାରିକ, ରୁଦ୍ରାଣୀ ମହାପାତ୍ର, ମଧୁଶ୍ମ୍ମିତା ନନ୍ଦ, ପ୍ରହରାଜ ସାର ଓ ବ୍ରହ୍ମଚାରୀ ନୃସିଂହ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ