ଆଲୋକୀକରଣ ସହ ନିର୍ମାଣ କାର୍ଯ୍ୟ ସରିଥିବା ୫ ପ୍ରକଳ୍ପ ଉଦ୍‌ଘାଟିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଗୁରବାର ସନ୍ଧ୍ୟାରେ ସାଂସଦଙ୍କ ପାଣ୍ଠିରୁ ୪୨ ଲକ୍ଷ ଟଙ୍କା ବ୍ୟୟରେ ବନ୍ତ ବଜାର ଅଞ୍ଚଳ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ସୁଇଚ୍ ଟିପି ଉଦ୍‌ଘାଟନ କରିଛନ୍ତି । ଏଥିସହ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ର ବର୍ହିବିଭାଗ ଗୃହ, ରାଜ୍ୟ ରାଜପଥରେ ବଜାର ଅଞ୍ଚଳ ବିଭାଜକ, ଗୋଷ୍ଠୀ ପରିମଳ କେନ୍ଦ୍ର, ନିୟନ୍ତ୍ରିତ ବଜାର କମିଟି ଗୃହ, ବସନ୍ତିଆ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହ ଆଦି ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୂୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ଭବେନ୍ଦ୍ର ସାହୁ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବନ୍ତ ବଜାର ଅଂଚଳରେ ଆଲୋକୀକରଣ ବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକ ମାନେ ସୁବିଧାରେ ଯାତାୟତ କରିବା ସହ ରାଜ୍ୟ ରାଜପଥର ବଜାର ଅଞ୍ଚଳ ବିଭାଜକ ଫଳରେ ଦୁର୍ଘଟଣା ମାନ ହ୍ରାସ ପାଇବ ବୋଲି କହିଥିଲେ । ଏଥିସହ ଗୋଷ୍ଠୀ ପରିମଳ କେନ୍ଦ୍ର ପ୍ରତିଷ୍ଠା ଯୋଗୁଁ ବହୁ ଦୂରଦୂରନ୍ତରୁ ଆସୁଥିବା ଯାତ୍ରୀ ମାନେ ସୁବିଧା ପାଇବା ସହ ପ୍ରାଥମିକ ସ୍ୱାସ୍ଥ୍ୟର ନୂତନ ଗୃହ ରୋଗୀ ମାନଙ୍କ ପାଇଁ ସୁବିଧାଜନକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ