ଆଶ୍ରମ ପରିସରରେ ରହୁଥିବା ଯୁବକଙ୍କ ଆତ୍ମହତ୍ୟା !

ରାଉରକେଲା: ରାଉରକେଲାର ଛେଣ୍ଡ କଲୋନୀ ଅଞ୍ଚଳରେ ଥିବା ସ୍ୱାମୀ ନିଗମାନନ୍ଦ ଆଶ୍ରମ ପରିସରରେ ରହୁଥିବା ଜଣେ ଯୁବକ ଆତ୍ମହତ୍ୟା କରିଥିବା ଘଟଣା ସେଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ନାଁ ସୂର୍ଯ୍ୟ ନାରାୟଣ ରଥ ବୋଲି ଜଣାଯାଇଛି । ତାଙ୍କର ବୟସ ୨୬ ବର୍ଷ । ଆଜି ସକାଳେ ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଲୋକେ ରୁଣ୍ଡ ହାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ସୂର୍ଯ୍ୟନାରାୟଣ ରଥ ସ୍ଥାନୀୟ ଏକ କଲେଜରେ କାମ କରୁଥିଲେ ଏବଂ ଏହି ଆଶ୍ରମରେ ରହୁଥିଲେ ।ସେ ସେହି ଆଶ୍ରମରେ ରହି ପିଲାମାନଙ୍କୁ ଟିଉସନ୍ ପଢ଼ାଉଥିଲେ ବୋଲି ଜଣାଯାଇଛି । ଆଜି ସକାଳୁ ସେ କବାଟ ନ ଖୋଲି ନ ଥିଲେ । ଏହାପରେ ଝରକା ବାଟେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲାକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍ ଏବଂ ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ପୁଲିସ ଶବ ବ୍ୟବଛେଦ ଲାଗି ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ