ଆଶ୍ରମ ସ୍କୁଲ ଛାତ୍ରର ମୃତ୍ୟୁ : ପରିବାର ପକ୍ଷରୁ ଚିକିତ୍ସାରେ ଅବହେଳା ଅଭିଯୋଗ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲ ର ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁ ବରଣ କରିଥିବା ଛାତ୍ରଜଣଙ୍କ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କହଁର । ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିନଥିବାବେଳେ ଫୁଲବାଣୀ ମେଡିକାଲ ରେ ପହଂଚିଵା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇସାରିଥିଵା କୁହାଯାଉଛି l ତେଵେ, ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବା ପରେଚିକିତ୍ସା ପାଇଁ ପ୍ରଥମେ ଗୋଛାପଡା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନାରେ ଭର୍ତ୍ତୀ କରାଯାଇଥିଲା l ତେବେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଚିକିତ୍ସା ରେ ଅବହେଳା ଯୋଗୁଁ ଛାତ୍ର ର ମୃତ୍ୟୁ ଘଟିଥିବା ମୃତ ଛାତ୍ର ର ବାପା ବଡା କହଁର ଅଭିଯୋଗ କରିବା ସହ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି l