ଆସନ୍ତାକାଲି ଝାଡଖଣ୍ଡରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ
ରାଞ୍ଚି , (ଯୁଗାବ୍ଦ ନ୍ୟୁଜ) : ଝାଡଖଣ୍ଡରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଯାଇଛି ନିର୍ବାଚନୀ ପ୍ରଚାର । ଏଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି , କଂଗ୍ରେସ , ଜେଏମଏମ ମଧ୍ୟରେ ପ୍ରଚାର ଲଢେଇ ଦେଖିବାକୁ ମିଳିଥିଲା । ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳ ଭୋଟରମାନଙ୍କୁ ଅନେକ ପ୍ରତିଶୃତି ଦେଉଥିବାର ଦେଖାଦେଇଛି । ଆସନ୍ତାକାଲି ୧୭ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ୩୦୯ଜଣ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।