ଆସନ୍ତା କାଲି ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର 1946 ବୁଥ୍ ରେ 17ଲକ୍ଷ 69 ହଜାର 64ଜଣ ଭୋଟର୍ 58 ଜଣ ମତଦାତା ନେତା ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ଥ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।21ଟି ବୁଥ୍ ରେ ସି ସି ଟି ଭିର ବ୍ୟବସ୍ଥା କରାଯାଇଥିବା ବେଳେ 213ଟି ବୁଥ୍ ରେ ୱେବ୍ କାଷ୍ଟିଙ୍ଗ, 72ଟି ବୁଥ୍ ରେ ଭିଡିଓ ଗ୍ରାଫି, 84ଟି ବୁଥ୍ ରେ ଫଟୋ ଊତ୍ତୋଳନର ବ୍ୟବସ୍ଥା କରାଯାଇଛି ।12,864 ଜଣ ପୁଲିଙ୍ଗ୍ ଅଫିସରଙ୍କୁ ନିଯୁକ୍ତ ହୋଇଥିବା ବେଳେ 3892ଜଣ ଭଲ୍ୟୁଣ୍ଟର ଙ୍କୁ ନିୟୋଜିତ କରାଯାଇଥିବା ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିବା ବେଳେ 10 କମାଣ୍ଡ CRPF ମୁତୟନ ରହିବେ।ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ମାଓ ବାଦିଙ୍କ ଗତିବିଧି ଓ ହିଂସାକୁ ନଜରରେ ରଖି ଜିଲ୍ଲାର ସିମାନ୍ତ ବର୍ତି 7ଟି ସ୍ଥାନକୁ ସିଲ କରାଯାଇଛି । 28 ଟି ବୁଥ କୁ ମାଓ ପ୍ରବଣ ଭାବେ ଚିହ୍ନଟ କରାଯାଇଥିବା ବେଳେ 118 ଟି ମୋବାଇଲ୍ ପେଟ୍ରୋଲିଂ ଟିମ ଗଠନ କରାଯାଇଛି । ତେବେ ନିର୍ବାଚନ କୁ ସାନ୍ତି ସୃଖଳା ରେ ସମପନ କରିବା ଲାଗି ପ୍ରସ୍ତୁତ ଥିବା ଗଞ୍ଜମ ଏସ୍ ପି ବ୍ରିଜେଶ୍ ରାଏ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ