ଆସନ୍ତା କା ଲି ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ଜଣବିଦ୍ଵାନଙ୍କ ବ୍ୟାଖ୍ୟା ଥିବା ପାଣ୍ଡୁଲିପି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୧୧ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ। ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ଡକ୍ଟର କରଣ ସିଂ ମଧ୍ୟ ଉପସ୍ଥିତ ରହିବେ। ଶ୍ରୀମଦ୍ ଭଗବଦଗୀତା: ମୂଳ ହସ୍ତଲିପିରେ ବିରଳ ଏକାଧିକ ସଂସ୍କୃତ ବ୍ୟାଖ୍ୟା ସାଧାରଣତଃଶ୍ରୀମଦ୍ ଭଗବଦଗୀତାଗୋଟିଏ ବ୍ୟାଖ୍ୟା ସହିତ ପଢିବା ଲାଗି ଉପଲବ୍ଧ ହୋଇଥାଏ । ପ୍ରଥମ ଥର ପାଇଁ, ଶ୍ରୀମଦ୍ ଭଗବଦଗୀତା ସମ୍ପର୍କରେ ଏକ ବିସ୍ତୃତ ଏବଂ ତୁଳନାତ୍ମକ ଜ୍ଞାନ ହାସଲ କରିବା ଲାଗି ପ୍ରସିଦ୍ଧ ଭାରତୀୟ ବିଦ୍ଵାନମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ବ୍ୟାଖ୍ୟାଗୁଡିକୁ ସଂକଳିତ କରାଯାଇଛି । ଧର୍ମାର୍ଥ ଟ୍ରଷ୍ଟ ଦ୍ଵାରା ପ୍ରକାଶିତ ପାଣ୍ଡୁଲିପିରେ ଶଙ୍କର ଭାଷ୍ୟ ଠାରୁ ଭାସାନୁବାଦ ପର୍ଯ୍ୟନ୍ତ ଭାରତୀୟ ହସ୍ତଲିପିର ଅସାଧାରଣ ବିବିଧତା ଏବଂ ଅତି ସୂକ୍ଷ୍ମ ବିଶ୍ଳେଷଣ ଉଲ୍ଲେଖ କରାଯାଇଛି । ଡକ୍ଟର କରଣ ସିଂ ଜମ୍ମୁ ଏବଂ କଶ୍ମୀର ଧର୍ମାର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ଟ୍ରଷ୍ଟିଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ