ଆସପେୟାର ପକ୍ଷରୁ ଜାତୀୟ ବାଳିକା ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ): ଟାଟା ଷ୍ଟିଲ ଆସପେୟାର ପକ୍ଷରୁ ଶାଳଣିଆଁ କ୍ଲଷ୍ଟରରେ ଥିବା ୫ଟି ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଯୁବକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ଦୁଇଶହରୁ ଉର୍ଦ୍ଧ ଯୂୁବତୀ ଯୋଗଦେଇଥିଲେ । କିପରି ଆମ ସମାଜରୁ ଶୋଷଣ, ନାରୀ ନିର୍ଯ୍ୟାତନା, ଶିଶୁ ଶ୍ରମିକ ଉଚ୍ଛେଦ, ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ଆଦି ରୋକାଯାଇ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ତାହା ଉପରେ ଆଲୋକପାତ କରିବାସହ ବାଳିକା ମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ଶାଳଣିଆଁ କ୍ଲଷ୍ଟରର ସିଏଫ ବିପିନି ବିହାରୀ କୁଅଁର, ଏଲ.ଏମ. ମଧୁସ୍ମିତା ବାରିକ, ଜିପିସିଏମ ସ୍ନିଗ୍ଧା ମହାନ୍ତି, ଲିପିନି ରାଉତ, ରାଜଲକ୍ଷ୍ମୀ ବେହେରା, ମାମିନା ସାହୁ, ଦେବପ୍ରକାଶ ରାଉତ, ଭାଗି ନାୟକ, ରବି ନାରାୟଣ ନାୟକ, ଶେଷ ଦେବ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ