ଆସାନି ଆବାକସ୍ର ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆସାନି ଆବାକସ୍ର ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ସିୱାଇଏସ୍ଡ଼ି ପରିସରରେ ଅଦ୍ୟ ତା: ୦୭.୦୧.୨୦୨୪ ରିଖ ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ସିୱାଇଏସ୍ଡ଼ି ପରିସରଠାରେ ୦୭.୦୧.୨୦୨୪ ରିଖ ଦିନ ସକାଳ ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୮୫୦ ପ୍ରତିଯୋଗୀ ଛାତ୍ରଛାତ୍ରୀ ବିଭିନ୍ନ ଜିଲ୍ଲାରୁ ଆବାକସ୍, ବେଦିକ୍ ଗଣିତ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତଲିପି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆଜିର ଉତ୍ସବରେ ଅନୁପମ ଭାରତର ଶ୍ରୀ ରଜତ ମହାପାତ୍ର, ଓୟୁଏଟି ର ପ୍ରଫେସର ଭରତ ଚନ୍ଦ୍ର ସାହୁ, ଡିଭାଇନ ଡ୍ୟାନ୍ସ ଏକାଡ଼େମୀର ନିର୍ଦ୍ଦେଶିକା ଶ୍ରୀମତୀ ଚନ୍ଦ୍ରିକା ଦାସ ଓ ଇରିଫିନ ଏକାଡ଼େମୀର ନିର୍ଦ୍ଦେଶକ ଅଶୁଂମାନ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଆସାନି ଆବାକସ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବିନ୍ଦ୍ର କୁମାର ଗୌଡ଼ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସାନି ଆବାକସ୍ର ନିର୍ଦ୍ଦେଶିକା ଶ୍ରୀମତୀ ଗୀତାଳୀ ଗୌଡ଼ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


