ଆସାମରେ ଗୋଟିଏ ଦିନରେ ସର୍ବାଧିକ ୧୨୦୨ କରୋନା ପଜିଟିଭ

ଗୌହାଟୀ, ଆସାମରେ ଏବେ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ସଂଖ୍ୟା ସାମନାକୁ ଆସିଛି । ଏହି ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ସରକାର ଯେଉଁ ପନ୍ଥା ଗ୍ରହଣ କରିଛନ୍ତି ଭବିଷ୍ୟତରେ କରୋନାକୁ ରୋକିବା କଷ୍ଟକର ବ୍ୟାପାର । ଆସାମର ଗତ ୨୪ ଘଂଟାରେ ୧୨୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ୧୨୦୨ ସଂକ୍ରମିତ ମଧ୍ୟରୁ କେବଳ ୭୭୭ ଜଣ ଗୌହାଟିରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହିମନ୍ତ ବିଶ୍ୱଶର୍ମା ଶନିବାର ରାତିରେ ଟ୍ୱିଟ୍ କରି କହିଛନ୍ତି ଯେ, ରାଜ୍ୟରେ ଏବେ ସୁଦ୍ଧା ସର୍ବାଧିକ ୧୨୦୨ ନୂଆ କରୋନା ରୋଗୀ ଚିହ୍ନଟହୋଇଛନ୍ତି । ଅନ୍ୟ ଏକ ଟ୍ୱିଟ୍ ରେ କହିଛନ୍ତି ଯେ, ୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମସ୍ତ ରାଜ୍ୟବାସୀଙ୍କୁ ସତକର୍ତାର ସହିତ ରହିବାକୁ ଆହ୍ୱାନ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୧୧,୦୦୧ରେ ପହଂଚିଛି । ସେଥିରୁ ୬୭୪୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୪୨୪୧ ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ରୋଗୀ ବାହାରକୁ ଯାଇଛନ୍ତି । ଗୌହାଟି ସହିତ ରାଜ୍ୟର ଯେଉଁ ସ୍ଥାନରେ ଅଧିକ ସଂକ୍ରମଣ ବଢ଼ୁଛି ତାକୁ ନଜରରେ ରଖି ରାଜ୍ୟ ସରକାର ୨୮ ଜୁନ ମଧ୍ୟ ରାତ୍ରରୁ ଗୌହାଟୀରେ ୧୪ ଦିନ ପାଇଁ ଲକଡାଉଡ଼ ଲାଗୁ କରିଛନ୍ତି । ଆଗାମୀ ୬ ଏବଂ ୭ ଜୁଲାଇକୁ ଲକ୍‌ଡାଉନରୁ କିଛିଟା ରିହାତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ