ଆସିକାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଗତ କିଛି ଦିନ ତଳେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଯୋଗୁଁ ଆସିକାର କେତେକ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଦୁଇ ଦୁଇଟି ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷ ଉଜୁଡିଯାଇଛି ଓ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ହୋଇଯାଇଛି । ଯାହାରି ଫଳରେ ଆସିକା ଅଞ୍ଚଳର ଚାଷୀକୂଳ ହତାଶ ହୋଇ ଦିନ କାଟୁଛନ୍ତି । ଅଦିନିଆ ବର୍ଷା ଯେମିତି ଚାଷୀ ପରିବାର ଉପରେ ଦୁଃଖର ପାହାଡ ଲଦିଦେଇଛି । ଗୋଟିଏ ପଟେ ପରିବାରର ପେଟକୁ ବର୍ଷତମାମ ଦାନା ଯୋଗାଇବା ଚିନ୍ତା ଓ ଅନ୍ୟ ପଟେ ଚାଷ ପାଇ କରିଥିବା ଧାର କରଜ ଓ ଋଣ ପରିଶୋଧ ଚିନ୍ତା ଚାଷୀଙ୍କୁ ଘାରିଛି । ଏଭଳି ବିପଦ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋମବାର ଅପରାହ୍ନରେ ସଡକ ପଥରେ ସ୍ଥାନୀୟ କଇଁଫୁଲିଆ ସେତୁ ନିକଟରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ସିଧାସଳଖ ଭେଟି ଫସଲ ହାନି ସଂପର୍କରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସିକାରେ ଚାଷୀକୂଳର ଅସମୟରେ ଠିଆ ହୋଇ ବିପତ୍ତି ସମୟରେ ଧୈର୍ଯ୍ୟହରା ନହୋଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସାଙ୍ଗକୁ ସମବେଦନା ଓ ଆଶ୍ୱାସନା ଜଣାଇଥିବା ଲକ୍ଷ୍ୟ କରାଯାଇଥିଲା । ବର୍ଷାପାଣିରେ ଭିଜି ନଷ୍ଟ ହୋଇଥିବା ଧାନକେଣ୍ଡାକୁ ଧରି କେତେକ ଚାଷୀ ନିଜ ନିଜ ଦୁଃଖ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫସଲହାନୀ ସମସ୍ୟାର ସମ୍ମୁଖୀନ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସିଧାସଳଖ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆସିକା ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିଲା ବେଳେ ବିଭିନ୍ନ ବିଭାଗର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆସିକା ଗସ୍ତ ସମୟରେ ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଅମାତ୍‍ ଓ ଦେବୀ ପ୍ରସାଦ ମିଶ୍ର, ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଗଂଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଜେଡି ନେତ୍ରୀ ରଂଜିତା ସାହୁ, ଗଂଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃôଷ୍ଣ ମଲିକ, ଆସିକା ଏନ୍‍ଏସିର ନଗରପାଳିକା ବିନେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଏମ୍‍.ତାରିଣୀ ସେନାପତି, ସତ୍ୟ ନାରାୟଣ ସ୍ୱାଇଁ, ପ୍ରସନ୍ନ କୁମାର ତ୍ରିପାଠୀ, ଅନିଲ୍‍ କୁମାର ନାୟକ, ଶିବ ନାହାକ, ବି.ମନୋଜ କୁମାର ଦୋରା, ରାଜେଶ୍‍ କୁମାର ପଟ୍ଟନାୟକ, ଦିଲୀପ କୁମାର ପାଣିଗ୍ରାହୀ, ଅନିଲ୍‍ କୁମାର ନାୟକ, ଅରୁଣ କୁମାର ପାଣିଗ୍ରାହୀ, ମାନସ ରଂଜନ ଗୌଡ, ଅମୂଲ୍ୟ କୁମାର ଉପାଧ୍ୟାୟ, ସନ୍ତୋଷ କୁମାର ବେହେରା, କୈଳାଶ ଚନ୍ଦ୍ର ପ୍ରଧାନ, ବନ୍ଦିତା ପ୍ରଧାନ, ଶିବ ପ୍ରସାଦ ଶତପଥୀ, ଜିତେନ୍ଦ୍ର କୁମାର ମହାରଣା, ନିଗମାନନ୍ଦ ରାଉତ, ଆକାଶ ସ୍ୱାଇଁ, ପ୍ରତାପ ଚନ୍ଦ୍ର ପ୍ରଧାନ, ଜୟନ୍ତୀ ବିଷୋୟୀ, ନରେଶ ବିଷୋୟୀ, ବିଜୟ ନାହାକ, ତନ୍ମୟୀ ନାହାକ, ଜୟସେନ ସ୍ୱାଇଁ, ପ୍ରମୋଦ କୁମାର ସ୍ୱାଇଁ, ନନ୍ଦ କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ବିଷୋୟୀ, ରାଘବ ନାହାକ, ଦେବାଶିଷ ପଣ୍ଡା, ସନ୍ତୋଷ କୁମାର ନାୟକ, କେ.ରବିନ୍‍ କୁମାର ପାତ୍ର, କେଶବ ଦାଶ, ରଂଜନ କୁମାର ବିଷୋୟୀଙ୍କ ସମେତ ଶହ ଶହ ଦଳୀୟ ନେତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସିକା ଗସ୍ତ ସମୟରେ ଆସିକା ଗସ୍ତକୁ ଦୃଷ୍ଟିରେ ରଖି ବିଜେଡି ଶିବିର ଚଳଚଂଚଳ ହେବା ସହ ଦଳୀୟ ନେତାମାନେ ବେଶ୍‍ ଉତ୍ସାହିତ ଥିବା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ୍‍, ବିଜୁ ଜନତା ଦଳ ଜିନ୍ଦାବାଦ୍‍ ଧ୍ୱନୀରେ ରାଜରାସ୍ତା ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ