ଆସିକାର ୬ଟି ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ସର୍ବେକ୍ଷଣ ପରୀକ୍ଷା
ଆସିକା, (ଯୁଗାବ୍ଦ ନ୍ୟୁଜ):ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିିଷଦ (ଏନ୍ସିଇଆର୍ଟି, ନୁଆଁଦିଲ୍ଲୀ)ର ପରାମର୍ଶ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଖଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ତାଲିମ୍ ପ୍ରତିଷ୍ଠାନ (ଡିଆଇଇଟି)ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବୁଧବାର “ପରଖ” ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଶିକ୍ଷାସ୍ତରର ମାନ ନିରୂପଣ ଓ ପରବର୍ତ୍ତୀ ପଦକ୍ଷେପ ନେବା ଲକ୍ଷ୍ୟରେ ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଲିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁମ୍ଭାରୀ ସ୍ଥିତ ବୈଦ୍ୟ ରଘୁନାଥ ବିଦ୍ୟାପୀଠ, ଆରିୟନ୍ ପବ୍ଳିକ ସ୍କୁଲ, ଡିପଲ୍ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ବେଳେ ପୂର୍ବରୁ ଯୋଗ୍ୟ ବିବେଚିତ ହୋଇଥିବା ତୃôତୀୟ, ଷଷ୍ଠ ଓ ନବମ ଶ୍ରେଣୀର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ସୁଜ୍ଞାନୀ କୁମାରୀ ମହାନ୍ତି, ସୁମନ ପାଣିଗ୍ରାହୀ, ଧରଣୀ ସମୁଦ୍ର, ଦୀପକ ପଣ୍ଡା, ଅନିତା ସେଠୀ, ସନ୍ତୋଷ ମହାନ୍ତି, ସଙ୍ଗୀତା ବେହେରା, ସୁଶିଲ୍ କୁମାରଙ୍କ ସମେତ ବହୁ ଅଧିକାରୀ ପରୀକ୍ଷା ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ପରିଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା ।