ଆସିକା ଟ୍ରକ ମାଲିକ ସଂଘ ପକ୍ଷରୁ ଦୁର୍ନିତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ଆସିକା, (ଯୁଗାବ୍ଦ ନ୍ୟୁଜ):ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗଂଜାମ ଟ୍ରକ ମାଲିକ ସଂଘ ଆସିକା ଜୋନ୍‍ ପକ୍ଷରୁ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭଂଜନଗର ପକ୍ଷରୁ ଆସିକା ଟ୍ରକ ମାଲିକ ସଂଘର ସଭାପତି ନିଗମାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଦୁର୍ନିତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ଭଂଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟର ଏମ୍‍ଭିଆଇ ସର୍ମିଳା ମହାରଣା, ପରିବହନ ବିଭାଗର କର୍ମଚାରୀ ନିରଂଜନ ଗୌଡ ଓ ସନ୍ତୋଷ କୁମାର ଗୌଡ, ଟ୍ରକ ମାଲିକ ସଂଘର ଉପସଭାପତି ସୂର୍ଯ୍ୟନାରାୟଣ ନାହାକ, ସାଧାରଣ ସଂପାଦକ ଉପେନ୍ଦ୍ରନାଥ ପାଢୀ, ଯୁଗ୍ମ ସଂପାଦକ ରବିନ୍ଦ୍ରନାଥ ପୋଲାଇ ପ୍ରମୁଖ ଯୋଗଦେଇ ଦୁର୍ନିତୀ ନିବାରଣ ସଚେତନତାର ବାର୍ତ୍ତା ଦେବା ସହିତ ପ୍ରତ୍ୟେକ ନାଗରିକ ଦୁର୍ନିତି ନିବାରଣ ସଂକ୍ରାନ୍ତରେ ସଚେତନ ହେବା ସହିତ ଆଇନର ଅନୁପାଳନ କରିବା ଏବଂ ସାଧୁତା ଓ ସ୍ୱଚ୍ଛତାର ସହ ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବାକୁ ସେମାନେ ପରାମର୍ଶ ଦେବା ସାଙ୍ଗକୁ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା ସହ ଉତ୍କୋଚ ନେବା ନାହିଁ କି ଦେବା ନାହିଁ ବୋଲି ଉପସ୍ଥିତ ଟ୍ରକ ମାଲିକମାନଙ୍କୁ ଆହ୍ୱାନ କରିଥିଲେ । ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ ଆସିକା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା ସଂକ୍ରାନ୍ତୀୟ ସତ୍ୟନିଷ୍ଠାର ସଂସ୍କୃତି ଦ୍ୱାରା ରାଷ୍ଟ୍ରର ସମୃଦ୍ଧି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଟ୍ରକ ମାଲିକ ସଂଘର ସଦସ୍ୟ ପ୍ରଦୀପ କୁମାର ପାଢୀ, ଜଗନ୍ନାଥ ମହାନ୍ତି, ପବିତ୍ର କୁମାର ରାଉତ, କାଳୁଚରଣ ମହାନ୍ତି, ବିଜୟ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁବାସ ଚନ୍ଦ୍ର ଜେନା, ଚିରଂଜିବୀ ମୁନି, ବଳରାମ ମହାନ୍ତି, ଇନ୍ଦ୍ରମଣି ଜେନା, ସନ୍ତୋଷ ଦାଶ, ଶମ୍ଭୁନାଥ ନାହାକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଟ୍ରକ ମାଲିକ ସଂଘର କର୍ମଚାରୀ ରାଜାରାମ ପ୍ରଧାନ ଓ ବିଭିଷଣ ବେହେରା ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ସାରା ରାଜ୍ୟରେ ଚଳିତ ବର୍ଷ ଗତ ୨୮ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଭିଜିଲାନ୍ସ ସପ୍ତାହ ଆସନ୍ତାକାଲି ଅର୍ଥାତ୍‍ ୩ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଜଣାପଡିଛି । ଆସିକା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ୨୦୨୪ ଉଦ୍‍ବୋଧନ ଦେଇ ଟ୍ରକ ମାଲିକ ସଂଘର ସଭାପତି ନିଗମାନନ୍ଦ ମହାନ୍ତି ସମସ୍ତ କାର୍ଯ୍ୟ ସାଧୁତା ଓ ସଚ୍ଚୋଟତାର ସହ ସଂପାଦନ କରିବା ପାଇଁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ