ଆସିକା ସହରରେ ଶୀତର ପ୍ରକୋପ ବୃଦ୍ଧି

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ର ହ୍ରାସ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳରେ ସନ୍ଧ୍ୟା ଓ ଭୋର ସମୟରେ ଶୀତର ପ୍ରକୋପ ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୋର ସମୟରେ ବିଭିନ୍ନ ସାହିବସ୍ତିରେ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କାଠ ସମେତ ଅନ୍ୟାନ୍ୟ ସାମଗ୍ରୀ ଜାଳି ନିଆଁ ପୁଉଁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଭୋର ସମୟରେ ପ୍ରବଳ ଥଣ୍ଡା ଯୋଗୁଁ ସାଧାରଣ ଜନତା ଘରୁ ବାହାରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଯେଉଁ ନିରାଶ୍ରୟମାନେ ଭିକ୍ଷାବୃତ୍ତି କରି ରାସ୍ତା କଡରେ ଜୀବନ ବିତାଉଛନ୍ତି ଶୀତରାତିରେ ଖୋଲା ଆକାଶ ତଳେ ଦୟନୀୟ ଭାବେ ଦିନ କାଟୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ପାରଦ ଖସୁଥିବା ବେଳେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ