ଆସୁଛନ୍ତି ଆଦ୍ୟାଶକ୍ତି ଅସ୍ତରଙ୍ଗରେ ମାୟାପୁର ଇସ୍କନ ମନ୍ଦିର

ମୁଖ୍ୟ ଆକର୍ଷଣ ରୋବଟ ଡ୍ୟାନ୍ସ ସହ ଅପରେସନ ସିନ୍ଦୁର ମନଛୁଆଁ ନୃତ୍ୟ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ମା ‘ଆସୁଛନ୍ତି, ଚଳଚଞ୍ଚଳ ହୋଇ ପଡିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ। ଚାରି ଆଡ଼େ ଖୁସିର ମାହୋଲ, ଆନନ୍ଦ ଉଲ୍ଲାସ ରେ ଫାଟିପଡୁଛି ଭକ୍ତଙ୍କ ମନ। ଆଉ ଦିନ କେଇଟା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମା ଦଶଭୂଜା। ଚଳିତ ବର୍ଷ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦୁର୍ଗାପୂଜା ପଡିଆରେ ଛିଡା ହେବ ପଶ୍ଚିମବଙ୍ଗ “ମାୟାପୁର “ର ଇସ୍କନ ମନ୍ଦିର। ଫାଇବର, ସନମାଇକା ଓ ପ୍ଲାଏଉଡରେ ହେବ ଅବିକଳ ତୋରଣ। ମୁଖ୍ୟ କାରିଗର କିଙ୍ଗ କର ମଣ୍ଡଳ ଙ୍କ ତତ୍ତ୍ୱବଧାନ ରେ ପଶ୍ଚିମବଙ୍ଗ ମେଦୀନାପୁର ରୁ ଆସିଥିବା ୧୦ରୁ ଉର୍ଦ୍ଧ କାରିଗର ଏହା ତିଆରି କରୁଛନ୍ତି। ତୋରଣର ଉଚ୍ଚତା ୭୫ଫୁଟ, ଚଉଡା ୭୦ଫୁଟ ରହିବ। ଏଭଳି ଢଙ୍ଗରେ ଏଥର ଦୁର୍ଗାପୂଜା ଆୟୋଜନ କରିବ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଦୁର୍ଗା କ୍ଲବ।
ଚଳିତ ବର୍ଷ ଏଠାରେ ପୂଜା ୫୭ବର୍ଷରେ ପଦାର୍ପଣ କରିଛି। ଏ ବର୍ଷ ୨୮ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟୟ ଅଟକଳରେ କରାଯାଇଛି। ମା “ଙ୍କ ୧୨ଫୁଟର ମୁଣ୍ମୟୀ ମୂର୍ତ୍ତି ସହ ୧୬ଫୁଟର ମେଢ଼ ତିଆରି କରୁଛନ୍ତି। ତୋରଣ ସହ ରାସ୍ତାର ଉଭୟ ପାର୍ଶ୍ୱରେ ୩ରୁ ୪ଟି ଏଲଇଡି ଗେଟ ଲଗାଯିବ। ଷଷ୍ଠୀରୁ ଆରମ୍ଭ ହେବ ପୂଜା। ଦଶମୀ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ।
ଷଷ୍ଠୀରେ ବିଲ୍ଵବରଣ, ସପ୍ତମୀ ରେ ନବପତ୍ରିକା ପ୍ରବେଶ ସହ ସ୍ନାନ, ଅଷ୍ଟମୀ ରେ ମହାଅଷ୍ଟମୀ ପୂଜା, ନବମୀ ରେ ମହାନବମୀ କୁମାରୀ ପୂଜା ଓ ଦଶମୀ ରେ ସ୍ୱତନ୍ତ୍ର ପୂଜା ସହ ଅପରାଜିତା ପୂଜା ଅନୁଷ୍ଠିତ ହେବ। ମଣ୍ଡପ ବାହାରେ ମୀନା ବଜାର ଏବଂ ରାମଦୋଳି ମଧ୍ୟ ପଡିବ। ପୂଜା ମଣ୍ଡପ ବାହାରେ ଗହଳି କୁ ନିୟନ୍ତ୍ରଣ ପାଇଁ ୧୦୦ଜଣ ରୁ ଉର୍ଦ୍ଧ ସ୍ବେଛାସେବୀ ନିୟୋଜିତ ରହିବେ। ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ତଦାରଖ କରାଯିବ। ପରେ ୨ଅକ୍ଟୋବର ଦିନ ବ୍ଲକ ସ୍ତରୀୟ ନବପ୍ରତିଭା ଅନ୍ବେଷଣ,୩ଅକ୍ଟୋବର ରୁ ୫ଅକ୍ଟୋବର ପର୍ଯ୍ୟନ୍ତ ଅସ୍ତରଙ୍ଗ ବ୍ଲକ ପଡିଆ ରେ ପୂଜା କମିଟି ତରଫରୁ ଯାତ୍ରା ରାଜ ଦରବାର ଏବଂ ୬ଅକ୍ଟୋବର ରୁ ୮ଅକ୍ଟୋବର ପର୍ଯ୍ୟନ୍ତ ଅପେରା ଯାଜ୍ଞସେନୀ ଯାତ୍ରା ପରିବେଷଣ ସହ ପ୍ରଥମ ଥର ପାଇଁ ମଞ୍ଚ ଉପରେ କମ୍ପୁଟର ଦ୍ୱାରା ପରିଚାଳିତ” ରୋବଟ ଡ୍ୟାନ୍ସ “ଓ କଳାକାର ମାନଙ୍କ ଦ୍ୱାରା “ଅପରେସନ ସିନ୍ଦୁର “ମନଛୁଆଁ ନୃତ୍ୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିବ। ଅକ୍ଟୋବର ୧୦ରେ ଭସାଣି ରେ ପାରମ୍ପରିକ ବାଜା ସହ ନୂଆ ରୂପ, ନୂଆ ରଙ୍ଗ ଅନୁଭୂତିରେ ମା “ଙ୍କୁ ମେଲାଣି ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ